News

ଆଜି ପବିତ୍ର ରଥଯାତ୍ରା, ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ

Untitled 1

ଆଜି ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନର ତିଥି। କେତେ ପବିତ୍ର ଏ ତିଥି ସତେ ! ଏଇ ମିଳନ ପାଇଁ ସମସ୍ତେ ତତ୍ପର। ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର। ସିଂହଦ୍ୱାର ସମ୍ମୁଖରେ ଅପେକ୍ଷାରତ ତିନି ରଥ। ବାଇଶି ପାହାଚରେ ଜମି ଆସିଲାଣି ଭିଡ଼। ବଡ଼ଦାଣ୍ଡ ତ ଭକ୍ତଗହଣରେ ଉଛୁଳି ପଡ଼ିଲାଣି । ସମସ୍ତେ ଅପେକ୍ଷା କରିଛନ୍ତି, ଆସିବେ ଭାବର ଠାକୁର…ଭକ୍ତର ଠାକୁର…କାଳିଆ ଠାକୁର… । ସେଇ ଠାକୁରଙ୍କ ସ୍ପର୍ଶରେ ରଥ, ପଥ, ଭକ୍ତ ସମସ୍ତେ ପାଲଟିଯିବେ ଠାକୁର। କେତେ ଉତ୍କଣ୍ଠା !

ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ ନୀତିକାନ୍ତି କରାଯାଉଛି। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହୋଇଛି। ରଥଯାତ୍ରା ପାଇଁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା  କଡ଼ାକଡ଼ା କରାଯାଇଛି। ସମଗ୍ର ପୁରୀ ସହରକୁ ପୁଲିସ ଛାଉଣିରେ ପରିଣତ ହୋଇଛି। ଜଳ, ସ୍ଥଳ ଓ ଆକାଶପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପଢନ୍ତୁ: ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ! ଆସନ୍ତୁ ଜାଣିବା କଣ ଏହି ନାମର ଅର୍ଥ

Related posts

ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌

ENO Beuro

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପାଇଁ ବିରୋଧୀଙ୍କ ପ୍ରସ୍ତୁତି!

ENO Beuro

ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା

ENO Beuro

1 comment

ପହଣ୍ଡି ପରେ ରଥରେ ତିନି ଠାକୁର July 4, 2019 at 1:07 pm

[…] ଆଜି ପବିତ୍ର ରଥଯାତ୍ରା, ଭକ୍ତ ଓ ଭଗବାନଙ୍କର … […]

Leave a Comment