ଆଜି କୋରାପୁଟର କମଳା ପାଇବେ ପଦ୍ମଶ୍ରୀ ପୁରସ୍କାର

କୋରାପୁଟ  ଇତିହାସରେ ଆଜି ପୁଣି ଯୋଡା ହେବ ଆଉ ଏକ ଅଧ୍ୟାୟ। ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପତରପୁଟ ଗାଁର କମଳା  ପୁଝାରି  ପାଇବେ ପଦ୍ମଶ୍ରୀ। ଆଜି ସାଢେ ୧୦ଟାରେ ରାଷ୍ଟ୍ରପତି  ଭବନରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ କମଳା ତାଙ୍କ ପୁଅ ଟଙ୍କଧର ପୁଝାରି ଦିଲ୍ଲୀ  ଗ୍ରସ୍ତରେ ଯାଇଛନ୍ତି।

ତେବେ ପାରମ୍ପରିକ  ଧାନ ସରଂକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯିବ। ପାତ୍ରପୁଟ ଗାଁର ନିରକ୍ଷର  ମହିଳା ଶତାଧିକ କିସମର ପାରମ୍ପରିକ ଧାନ ସରଂକ୍ଷଣ କରିପାରୁଛନ୍ତି। ଏହାକୁ ଆଖି ଆଗରେ ରାଖୀ ରହୟ ସରକାର ତାଙ୍କୁ ରାଜ୍ୟ ଯୋଜନାରେ ବୋର୍ଡ ସଦସ୍ୟ  ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସେହିପରି ଓୟୁଏଟିରେ ତାଙ୍କ ନାମରେ ଏକ ଛାତ୍ରାବାସ  ନାମିତ କରାଯାଇଛି।

ପଢନ୍ତୁ: ସ୍ୱଦେଶୀ ଜାଗରଣ ମଞ୍ଚର ଦାବି: ଚୀନକୁ ମୋଷ୍ଟ ଫେଭର୍ଡ ନେସନ ତାଲିକାରୁ ବାଦ ଦିଆଯାଉ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More