News

ଆଜି କାର୍ଗିଲ ବିଜୟ ଦିବସ, ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ

Untitled 1

ଆଜି କାର୍ଗିଲ ବିଜୟ ଦିବସ । ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ । ଏଲ୍‌ଓସି ନିକଟବର୍ତ୍ତୀ କାରଗିଲ୍‌ ଜିଲ୍ଲାର ଟାଇଗର ହିଲ୍‌ , ଟ୍ରୋଲ ଲିଙ୍ଗ୍‌ ଭଳି ପର୍ବତ ଶିଖର ଉପରେ ପୁଣିଥରେ ଉଡିଥିଲା ବିଜୟ ତ୍ରିରଙ୍ଗା । ପାଳନ ହେଲା କାରଗିଲ୍‌ ବିଜୟ ଦିବସ ।୨୦ ବର୍ଷ ତଳେ  ଧୋକା ଦେଇଥିବା ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ସେନା । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅସୀମ ସାହସ, ବୀରତ୍ୱ ପ୍ରଦର୍ଶନ କରି ଭାରତୀୟ ସେନା ବିଜୟ ଲାଭ କରିଥିଲା।  ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରସିଦ୍ଧ ଲାହୋର ଯାତ୍ରାର କିଛି ଦିନ ପରେ ହିଁ ପିଠିରେ ଛୁରା ଭୁସି ପାକିସ୍ତାନ ଯେଉଁ ବିଶ୍ୱାସଘାତକତା କରିଥିଲା ତାହା ସାରା ବିଶ୍ୱ ‌ଆଗରେ ପାକ୍‌ର ଷଡ଼ଯନ୍ତ୍ର ଧରା ପକାଇ ଦେଇଥିଲା।

ସେନାର ପରାକ୍ରମ, ରାଜନୈତିକ ଓ କୂଟନୈତିକ ସ୍ତରରେ ଭାରତର ରଣନୀତି ଯୋଗୁ ପାକିସ୍ତାନ ହାର ମାନିଥିଲା। ଦୁଇ ମାସରୁ ଅଧିକ ଦିନ ଧରି ହୋଇଥିବା କାର୍ଗିଲ ଯୁଦ୍ଧରେ ୨୬ ଜଣ ଅଫିସର ଓ ୫୨୭ ଜଣ ଯବାନ ସହିଦ ହୋଇଥିଲେ। ୧୯୯୯ ମସିହା ଜୁଲାଇ ୨୬ରେ ଯୁଦ୍ଧ ଶେଷ ହେବା ସହିତ ଭାରତ ବିଜୟ ଲାଭ କରିଥିଲା।

ବୀର ସୁପୁତ୍ରଙ୍କୁ ମନେ ପକାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

 

ପ୍ରତିବର୍ଷ ଦେଶ ଆଜିର ଦିନକୁ ବିଜୟ ଦିବସ ବୋଲି ମାନୁଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଟ୍ୱିଟ୍ କରି ଦେଶର ବୀର ଯବାନଙ୍କୁ ମନେ ପକାଇ ଶ୍ରଦ୍ଦାଞ୍ଜଳି  ଦେଇଛନ୍ତି।

Capture

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମଧ୍ୟ ଦେଶର ସୁପୁତ୍ରଙ୍କୁ ମନେ ପକାଇ ସ୍ମରଣ କରିଛନ୍ତି।କାରଗିଲ ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦଳ ପକ୍ଷରୁ ହିମାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ଦାୟିତ୍ୱରେ ଥିଲେ। ଏହି ଅବସରରେ ସେ ଯବାନଙ୍କୁ ଭେଟି ମନୋବଳ ବଢ଼ାଇଥିଲେ ବୋଲି ଟ୍ୱିଟ କରି ଏହି ଅବସରରେ ଉଲ୍ଲେଖ କରିଛନ୍ତି।

Capture

Capture

 

ଅମର ଯବାନ ଜ୍ୟୋତି ଓ ୱାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି

କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ ।ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ଅମର ଜ୍ୟୋତି ଠାରେ ବୀର ଜବାନଙ୍କୁ ଶ୍ରଦ୍ଧାଂଜଳି ଦେଉଛନ୍ତି ବିଶିଷ୍ଟ ବ୍ୟକ୍ତି । ସେହିପରି ଦିଲ୍ଲୀର ୱାର ମୋମୋରିଆଲ୍ ରେ ସହିଦ ଜବାନଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଂଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଇଣ୍ଡିଆ ଗେଟ୍ ଓ ୱାର ମେମୋରିଆଲ୍ ଠାରେ ସ୍ୱତନ୍ତ୍ର ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।

2 10

ପଢନ୍ତୁ: Netflix ଲଞ୍ଚ୍‌ କଲା ସବୁଠାରୁ ଶସ୍ତା ମୋବାଇଲ୍‌ ପ୍ଲାନ୍‌

Related posts

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ENO Beuro

ଜାମ୍ମୁ-କାଶ୍ମୀର: ପଥରମାଡରେ ଯବାନ ସହିଦ

ENO Beuro

ଜିଏସ୍‌ଟି ଉପରେ ନୂତନ ପଦକ୍ଷେପ, ୨୭ଟି ସାମଗ୍ରୀ ଉପରେ ଟିକସ କମ

ENO Beuro

Leave a Comment