News

ଆଜି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରାସ ସମୟ?

ଆଜି ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିବ। ଆଜି ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଆକାରରେ ଓ ସମ୍ପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ।

ରାତ୍ର ୧୧ଟା ୫୪ ମିନିଟ୍‌ ୨୭ ସେକେଣ୍ଡରେ ଗ୍ରହଣ ଆଂଶିକ ସ୍ପର୍ଶ ହେବ। ୧ଟା ୧୫ ସେକେଣ୍ଡରେ ଗ୍ରହଣ ପୂର୍ଣ୍ଣଗ୍ରାସ ଆରମ୍ଭ ହୋଇ ୨ଟା ୪୩ ମିନିଟ୍‌ ୧୧ ସେକେଣ୍ଡରେ ଗ୍ରହଣ ପୂର୍ଣ୍ଣଗ୍ରାସ ହେବ। ରାତ୍ର ୩ଟା ୪୯ ମିନିଟ୍‌ରେ ସର୍ବମୋକ୍ଷ ହେବ। ୨୭ ତାରିଖ ଅପରାହ୍ନ ୨ଟା ୫୪ ମିନିଟ୍‌ ୨୭ ସେକେଣ୍ଡରୁ ଅର୍ଥାତ୍‌ ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ ବୋଲି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବୈକୁଣ୍ଠନାଥ ନାୟକ ସୂଚନା ଦେଇଛନ୍ତି। ଏହା ଏକ ଦୀର୍ଘତମ ଏବଂ ବିରଳ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି।

ଭାରତ ସମେତ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଚୀନ୍‌ ପଶ୍ଚିମାଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିହେବ। ଅନ୍ୟପକ୍ଷରେ ଉତ୍ତର ଆମେରିକା, ଅଷ୍ଟ୍ରେଲିଆ,ଗ୍ରୀନଲ୍ୟାଣ୍ଡ ଏବଂ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏହା ଆଂଶିକ ଦୃଶ୍ୟମାନ ହେବ।

ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ। ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଶୁଭଦାୟକ ବୋଲି ସେ କହିଛନ୍ତି।

ପଢନ୍ତୁ; ‘ତୁ ମୋ ନୀଳ ନୟନା’ର ଶୁଭ ମହୁରତ

Related posts

Odisha Para Athlete Jayanti Behera Had Bagged Gold In World Junior Championships

ENO Beuro

ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଫସିଲେ ସିଦ୍ଧୁ

ENO Beuro

ଜୀବନ ହାରିବାକୁ ଭରା କୁଆଖାଇକୁ ଡେଇଁଲେ ମହିଳା: ମୃତ୍ୟ ସହ ଲଢି ବଞ୍ଚିଲେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More