19 C
Bhubaneswar
December 4, 2020
EnewsOdia.Com
ନ୍ୟୁଜ୍

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

 

୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି  ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ମହାପ୍ରଭୁଙ୍କ ଗୁପ୍ତ ସେବା ବନକଲାଗି ନୀତି ପାଇଁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ  ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଶ୍ରୀମନ୍ଦିରରେ ଆଜି ଦିବା ପହୁଡ଼ ନୀତି ଅନୁଷ୍ଠିତ ହୋଇଯାଇଛି। । ଏଥି ପାଇଁ ଆଜି ଶ୍ରୀମନ୍ଦିରରେ ତିନି ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଅପରାହ୍ଣ ସାଢ଼େ ୩ଟାରୁ ଦିବା ପହୁଡ଼ ନୀତି ଆରମ୍ଭ ହୋଇଥିଲା। ପହୁଡ଼ ଖୋଲିବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଦର୍ଶନ ସ୍ବାଭାବିକ ହୋଇଥିଲା।

ପଢନ୍ତୁ: ବିସିସିଆଇର ସଭାପତି ଭାବେ ଦାଇତ୍ଵ ନେଲେ ସୌରଭ ଗାଙ୍ଗୁଲି

 

 

Related posts

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

Ratnamani Maharana

ମାଡ଼ି ଆସୁଛି ବାତ୍ୟା ‘ମହା’

Ratnamani Maharana

ଆଜିଠୁ ଆରମ୍ଭ ହେଲା କଲ୍ୟାଣ ମଣ୍ଡପ ସିଲ ଅଭିଯାନ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More