News

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ଆଶ୍ୱିନ ମାସର ଅମାବାସ୍ୟା । ଏହି ମାସର କୃଷ୍ଣପକ୍ଷ ପିତୃପକ୍ଷ ଭାବେ ପାଳନ କରାଯିବା ପରେ ଆଜିର ତିଥିରେ ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ ପାଳନ କରାଯାଉଛି । ଆଜି କୂଳଦେବତାଙ୍କୁ ଆବାହନ କରାଯିବା ସହ ପିତୃପୁରୁଷଙ୍କ ଆବାହନ କରାଯାଇଥାଏ । ଆଉ ଆଜିର ଦିନରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବା ସହ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ ।

ଭୁବନେଶ୍ୱରର ବିନ୍ଦୁସାଗର ସରୋବରପୁରୀର ମାର୍କଣ୍ଡ ପୁଷ୍ପରିଣୀ ମହୋଦଧିରେ ଶହ ଶହ ଶ୍ରଦ୍ଧାଳୁ ସକାଳୁ ପିତୃତର୍ପଣ ପୂର୍ବକ ପିଣ୍ଡଦାନ କରୁଥିବା ଦେଖାଯାଇଛି । ଭକ୍ତଙ୍କ ବିଶ୍ୱାସ ତଥା କିମ୍ବଦନ୍ତୀରୁ ଜଣାପଡେ ମହାଳୟରେ ଗଙ୍ଗା ନଦୀରେ ସ୍ନାନ କଲେ ଓ ଗଙ୍ଗା ମାତାଙ୍କ ଦର୍ଶନ କଲେ ପିତୃ ପୁରୁଷ ମୁକ୍ତି ପାଇଥାନ୍ତି । ସେହିଭଳି ଆଜି ସମଲେଶ୍ୱରୀ ମା ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ସ୍ନାନ ଭଳି ପୁଣ୍ୟ ମିଳିବା ସହିତ ପିତୃ ପୁରୁଷ ମୁକ୍ତି ପାଆନ୍ତି ବୋଲି କିମ୍ବଦନ୍ତୀ କହେ । ଆଜି ମା’ଙ୍କ ଠାରେ ସ୍ୱତନ୍ତ୍ର ଭାବରେ ବିରି ଓ ଗୁଡରେ ତିଆରି ଭୋଇ ଲଗାଯାଇଛି । ସକାଳୁ ଭକ୍ତମାନଙ୍କ ଲମ୍ବା ଲାଇନରେ ଠିଆ ହୋଇ ମା ଙ୍କ ଦର୍ଶନ କରନ୍ତି ।

ସୂଚନା ଯୋଗ୍ୟ ଯେ ଭାଦ୍ରବ ପଂଚମୀ ଠାରୁ ଅମାବାସ୍ୟା ଯାଏ ୧୬ ଦିନକୁ ପିତୃପକ୍ଷ କୁହାଯାଇଥାଏ । ଏହା ଏକ ବାର୍ଷିକ କାର୍ଯ୍ୟକ୍ରମ । ତିନି ପୀଢିର ଦିବଂଗତ ମାନେ ପିତୃଲୋକରେ ଅବସ୍ଥାନ କରିଥାନ୍ତି । ପିତୃଲୋକର ମଙ୍ଗଳ ପାଇଁ ଶ୍ରାଦ୍ଧ ଦିଆଯାଏ । କ୍ଷୀର,ଚାଉଳ,ପରିବା,ଗୁଡ଼,କଖାରୁକୁ ଶ୍ରାଦ୍ଧରେ ଭୋଗ ଭାବେ ଅର୍ପଣ କରାଯାଏ । 

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

Related posts

କେନ୍ଦ୍ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି

ENO Beuro

ଚାର୍ଜରେ ବସିଥିବା ବେଳେ ମୋବାଇଲ୍ ବ୍ୟାଟେରି ବିସ୍ଫୋରଣ : ଛାତ୍ରଙ୍କ ଆଖି ନଷ୍ଟ

ENO Beuro

ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More