ମହାପ୍ରସାଦ ଦର ତାଲିକା ପ୍ରସଙ୍ଗ: ଆଜି ହେବ ପରୀକ୍ଷାମୂଳକ ଅବଢ଼ା ‌ରୋଷେଇ

abhada

ଶ୍ରୀମନ୍ଦିରରେ ମହାପ୍ରସାଦ ଦର ନିର୍ଦ୍ଧାରଣ ନେଇ ଆଜି ରୋଷେଇ କରାଯିବ। କୋଠ ରୋଷରେ ହେବାକୁ ଥିବା ଏହି ରୋଷେଇ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚାଉଳ, ଡାଲି, କୁଡୁଆ ଇତ୍ୟାଦି ଆବଶ୍ୟକ ସାମଗ୍ରୀ ଯୋଗାଇଦେବ। ସାମଗ୍ରୀ କିଣାରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ସୁଆର ସେବକ କେତେ ଲାଭ ପାଇବେ ତାହାକୁ ଦେଖି ଦର ନିର୍ଦ୍ଧାରଣ ହେବ।

abhada

ମହାପ୍ରସାଦ ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ କରିବା ପରେ ସମୁଦାୟ ଖର୍ଚ୍ଚକୁ ହିସାବକୁ ନିଆଯାଇ ମହାପ୍ରସାଦର ଦର ଧାର୍ଯ୍ୟ କରାଯିବ । ଏହା ସହ ଏହି ଦର ଧାର୍ଯ୍ୟକୁ ଚୂଡାନ୍ତ ବୋଲି ଧରି ନିଆଯିବ । ପରେ ସୁଆର, ମହାସୁଆର ନିଯୋଗ ସହ ବିଚାର ବିମର୍ଷ କରି ଧାର୍ଯ୍ୟ ଦର ତାଲିକା ଫଳକରେ ଲଗାଯିବା ନେଇ ସୂଚନା ରହିଛି

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରରେ ଅବଢା ଦର ଧାର୍ଯ୍ୟ ପାଇଁ ଆଜି ପରୀକ୍ଷାମୂଳକ ରୋଷେଇ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସମନ୍ବୟ ଅଭାବରୁ ଗତକାଲି ଏ ରୋଷେଇ ହୋଇପାରିନଥିଲା। ଚିଠା ଓ ସାମଗ୍ରୀ ଆସିଥିଲେ ହେଁ କୋଠ ଭୋଗ ସୁଆରଙ୍କୁ ଡକାଯାଇପାରିନଥିବାରୁ ସେମାନେ ରୋଷେଇ ପାଇଁ ଆସିନଥିଲେ। ଫଳରେ ରୋଷେଇ ଅଟକିଥିଲା।

ପଢନ୍ତୁ;  ସ୍ୱଚ୍ଛତା,ଉତ୍ତରଦାୟୀ ପାଇଁ ନବୀନଙ୍କ ‘ପୀଠା’

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More