ଆଜି ମହାଶିବରାତ୍ରୀ: ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

lord siva

୨୦୧୯ ର ଶିବରାତ୍ରି ସ୍ଵତନ୍ତ୍ର ଅଟେ କାରଣ ଏହା ତ୍ରୟାଦଶୀ ଓ ଚତୁର୍ଦ୍ଦଶୀ ତିଥିର ସୋମବାରରେ ପଡୁଥିବାରୁ ଆଜିର ମହାତ୍ମୀୟତା ସ୍ଵତନ୍ତ୍ର ଅଟେ।

ଆଜି ମହଶିବରାତ୍ରି ଯୋଗକୁ ସୋମବାର ଶିବଙ୍କର ପ୍ରିୟ ବାର। ବିଭିନ୍ନ ଶିବାଳୟଗୁଡ଼ିକରେ ଆଜି ନାହିଁ ନଥିବା ଭିଡ ଦେଖାଦେଇଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିବାଳୟ ହୋଇଉଠିଛି ଚଳଚଞ୍ଚଳ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, କପିଳାସ ସମେତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି। ଆଜି ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜ,ଭୋର ୪ଟାରେ ପୁରୀ ଲୋକନାଥ ଓ ରାତି ଗୋଟାଏରେ ଧବଳେଶ୍ୱରରେପୀଠରେ ମହାଦୀପ ଉଠିବାକୁ ଧାର୍ଜ୍ୟ କରାଯାଇଥିଲାବେଳେ ଭକ୍ତଙ୍କ ଜାଗର ଜାଳିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଭୋଳାନଥ କେତକୀ ଫୁଲରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଭିଡ଼କୁ ଦୃଷ୍ଟିରେ ରଖି ଝୁଲା ପୋଲଠୁ ମନ୍ଦିର ବେଢ଼ା ନଦୀଘାଟ ପର୍ଯ୍ୟନ୍ତ ସିସିଟିଭି ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ପଢନ୍ତୁ: ବିଜେଡି ରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୃହ ପ୍ରବେଶ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More