ଆଜି ସକାଳୁ ଭୁବନେଶ୍ଵର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା ଓ କୋହଲା ପାଗ

ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ଓ ଘଡଘଡିର ସୂଚନା ଦେଇଛି ଆଂଚଳିକ ପାଣିାପାଗ ବିଭାଗ।ଆଗାମୀ ୨୪ଘଣ୍ଟାରେ ପଶ୍ଚିମ ଓଡିଶାର ସମ୍ବଲପୁର,ବରଗଡ,ସୋନପୁର,ବଲାଙ୍ଗିର,କେନ୍ଦୁଝର,ଅନୁଗୁଳ ଆଦି ଅଂଚଳରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। କୋହଲା ପାଗ ସାଙ୍ଗକୁ ବର୍ଷାର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି ।ପୁଣି ଥରେ ବର୍ଷା ହେବା ଫଳରେ ଶୀତର ପ୍ରକୋପ ବଢିଥିବା ଦେଖାଯାଉଛି।

ଆଜି ସକାଳୁ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ସହ ଅଦିନିଆ ଧୂଳିଝଡ ମଧ୍ୟ ଦେଖିବାକୁ ମିଳିଛି।ଭୋର ସମୟରୁ ଘଡଘଡି ସହ ବର୍ଷା ଲାଗି ରହିଥିବାବେଳେ ପ୍ରବଳ ବେଗରେ ପବନ ବହୁଛି ।ତା’ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଛି।୧୭ ଏବଂ ୧୮ ତାରିଖ ଦୁଇଦିନ ଉପକୂଳବର୍ତୀ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅନ୍ୟାନ୍ୟ ଭାଗରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଶୁକ୍ରବାର ରାତିରେ ଭୁବନେଶ୍ୱରରେ ସର୍ବନିମ୍ନ ୧୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ୨୦ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

 

 

ପଢନ୍ତୁ:କାଳିଆ ଯୋଜନା ହେବ ଓଡିଶା ଅର୍ଥନୀତି ପାଇଁ ଏକ ମାଇଲଖୁଣ୍ଟ ସଦୃଶ:ମୁଖ୍ୟମନ୍ତ୍ରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More