SPORTS

ଆଜି ଜାତୀୟ କ୍ରୀଡ଼ା ଦିବସ, ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ

By ENO Beuro

August 29, 2017

ଆଜି ଜାତୀୟ କ୍ରୀଡ଼ା ଦିବସ,  ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ । ଅଗଷ୍ଟ ୨୯ କୁ ଭାରତର ଅଦ୍ଭୁତ ହକି ଜାଦୁଗର ଧ୍ୟାନଚାନ୍ଦ ଙ୍କ ଜନ୍ମଦିନ ରୂପେ ପାଳନ କରାଯିବା ସହ, ଏହି ହକି ତାରକାଙ୍କୁ ସମ୍ମାନ ଦେଇ ଅଗଷ୍ଟ ୨୯ କୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରୁଛି ସାରା ଦେଶ।

ଅଦ୍ଭୁତ ଗୋଲ କରିବାର ଶୈଳୀ ଏବୋଂ ବଲ ଉପରେ ଅସାଧାରଣ ନିୟନ୍ତ୍ରଣ ଯୋଗୁଁ  ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ବୋଲି ମଧ୍ୟ ଜଣାଯାଏ । ଭାରତୀୟ ହକିରେ ତାଙ୍କର ଯୋଗଦାନ ଯୋଗୁ ସେ ୧୯୫୬ ରେ ପଦ୍ମ ଭୂଷଣ ସମ୍ମାନରେ ସମାନୀତ ହେଇଥିଲେ ।

ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍‌ରେ ଆୟୋଜିତ ଉତ୍ସବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ୍ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହକିର କିମ୍ବଦନ୍ତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଅନ୍ୟପଟେ ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୯ ଜଣଙ୍କୁ ସମ୍ମାନିତ କରାଯିବ। ଯେଉଁଥିରେ ଖେଳରତ୍ନ, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଅନ୍ୟପଟେ ରାଜ୍ୟରେ ମଧ୍ୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ସହ ପୁରସ୍କୃତ କରାଯାଇଛି।

ଅଭିନେତ୍ରୀ ଅମୃତା ପ୍ରକାଶଙ୍କ ବିଷୟରେ ଯାଣନ୍ତୁ