POLITICALS

ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Untitled 1

ପାଟକୁରା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟରରେ ବାରିମୂଳରେ ଓହ୍ଲାଇବା ପରେ ସ୍ବତନ୍ତ୍ର ହାଇଟେକ୍ ବସରେ ମୁଖ୍ୟମନ୍ତ୍ରୀ ଗରଦପୁର, ଡେରାବିଶ ଓ ମାର୍ଶାଘାଇର ବିଭିନ୍ନ ଅଞ୍ଚଳରେ ପ୍ରଚାର କରିବେ। ଏଥିପାଇଁ ବିଜେଡି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇଛି। ନବୀନଙ୍କ ହାଇଟେକ ବସ୍ ପ୍ରଚାର ପାଟକୁରାରେ ବିଜେଡିର ବିଜୟ ଉପରେ ଶେଷ ମୋହର ‌ଲଗାଇବ ବୋଲି ଦଳୀୟ ନେତା ଓ କର୍ମୀ ଦୃଢ ବିଶ୍ବାସ ରଖିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ପଂଚାୟତ ଆଉ ୱାର୍ଡ ନଛାଡିବାକୁ ଦଳୀୟ ବିଧାୟକ  ଓ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳରେ ରହିଥିବା ଗୋଷ୍ଠୀ କନ୍ଦଳକୁ ଯଥା ସମ୍ଭବ ସମାଧାନ କରିବାକୁ ଉଦ୍ୟମ କରାଯାଇଛି ।

ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପାଇଁ ବିଜେଡି ପକ୍ଷରୁ ପ୍ରଚାରରେ ତିନି ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି। ଗୋଟିଏ କାର୍ଯ୍ୟକ୍ରମ ମହିଳା ମାନଙ୍କୁ ନେଇ ବିଭିନ୍ନ ୱାର୍ଡ ଓ ପଂଚାୟତରେ ଆୟୋଜନ ହେଉଥିବା ବେଳେ ଅନ୍ୟ କାର୍ଯ୍ୟକ୍ରମ ଯୁବ ଓ ଛାତ୍ର ବିଜେଡି କର୍ମୀଙ୍କୁ ନେଇ ଆୟୋଜନ ହେଉଛି। ଏହାସହିତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାର ଉଦ୍ୟମ ହେଉଛି। ଦଳର ବରିଷ୍ଠ ନେତାମାନେ ବିଭିନ୍ନ ଅଞ୍ଚଳରେ ଡେରା ପକାଇ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

ପଢନ୍ତୁ: ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

 

Related posts

ସଚିବାଳୟ କ୍ୟାଣ୍ଟିନରେ କର୍ମଚାରୀଙ୍କ ସହ ମିଶି କଲେ ମଧ୍ୟାହ୍ନ ଭୋଜନ କରି ଚର୍ଚ୍ଚାରେ ନବୀନଙ୍କ ଯୁବ ମନ୍ତ୍ରୀ

Ratnamani Moharana

ବିଧାନସଭାର ନୂଆ ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ

Ratnamani Moharana

ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିବା ନେଇ ମୁହଁ ଖୋଲିଲେ ଅଖିଳେଶ ଓ ମାୟବତୀ

Ratnamani Moharana

Leave a Comment