News

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶୁଭାରମ୍ଭ କରିବେ ‘ଜାଗା ମିଶନ’

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୧ଟାରେ ସେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବସ୍ତିରେ ରହୁଥିବା ଭୂମିହୀନ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିବେ।

cm

ଏହି ଯୋଜନା ଦ୍ୱାରା ବସ୍ତି ବାସିନ୍ଦାମାନେ ବାସୋପଯୋଗୀ ଜାଗା ପାଇବା ସହ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର, ପାଇପ ଜଳ, ପାଇଖାନା ଇତ୍ୟାଦି ସୁବିଧା ସୁଯୋଗ ପାଇପାରିବେ । ଏହି ଯୋଜନା ପୁରୀରୁ ଆରମ୍ଭ ହୋଇଥିବାବେଳେ ସାରା ରାଜ୍ୟରେ ଏହା ଦ୍ୱାରା ବିଭିନ୍ନ ଏନଏସି ଓ ମ୍ୟୁନିସିପାଲିଟିରେ ବସବାସ କରୁଥିବା ୧୮ ଲକ୍ଷ ବସ୍ତି ବାସିନ୍ଦା ଏହା ଦ୍ୱାରା ଉପକୃତ ହୋଇପାରିବେ ।

ଏଥିସହ ଭିଡିଓ କନଫେରନ୍ସିଂ ଜରିଆରେ ଟିଟିଲାଗଡ଼ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିବା କାର୍ଯ୍ଯକ୍ରମ ରହିଛି । ଆଜି ୪ ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀ ତାଳବଣିଆ ସ୍ଥିତ ସଭାସ୍ଥଳକୁ ଯାଇ ସମୀକ୍ଷା କରିଛନ୍ତି।

ପଢନ୍ତୁ; ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

Related posts

ପରପାରିରେ ‘ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ

ENO Beuro

ମହିଳାଙ୍କୁ ଅସଦାଚରଣ,ପୁଣି ଗିରଫ ହେଲେ ଶୁଭଙ୍କର

ENO Beuro

ବାଲେଶ୍ୱରରେ ଦୁର୍ଘଟଣା: ମାଛ ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ, ଡ୍ରାଇଭର ମୃତ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More