CULTURES

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

nuakhai

ଆଜି ନୂଆଁଖାଇ। ଗଣପର୍ବ ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଘରେ ଘରେ ନାନା ପିଠା ଓ ବ୍ୟଞ୍ଜନର ମହକ । ଧାର୍ଯ୍ଯ ଲଗ୍ନ ଅନୁଯାୟୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି କରାଯାଇଛି । ମାଁଙ୍କ ପାଖରେ ପୂଜାର୍ଚ୍ଚନା ପରେ ଏକାଠି ବସି ପରିବାର ଲୋକ ନବାନ୍ନ ଭକ୍ଷଣ କରିଛନ୍ତି। ନୂଆଁଖାଇ ସହ ଯୋଡ଼ି ହୋଇଛି ଜୁହାର ଭେଟ ପରଂପରା । ଏହି ଅବସରରେ ସାନମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇଛନ୍ତି।

nuakhai

ଭାଦ୍ରବ ମାସ ପଂଚମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ । ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖ ଦିନ ନୂଆଁଖାଇ ପର୍ବ ପାଳନ ପାଇଁ ପ୍ରତ୍ୟେକ ପରିବାରରେ ଅଜବ ଉତ୍ସାହ ଦେଖିବାକୁ ମିଳେ । ଏହି ପର୍ବ ପାଳନ ନେଇ ଗ୍ରାମାଂଚଳରେ ମହିଳା ମାନେ ନିଜ ଘର ଦ୍ୱାରକୁ ସୁସଜ୍ଜିତ କରିବା ସହ ଘରରେ ଥିବା ସମସ୍ତ ଘରୋଇ ସାମଗ୍ରୀକୁ ନେଇ ସଫାସୁତୁରା କରି ନୂତନତ୍ୱର ବାର୍ତାରେ ମଜ୍ଜି ଯାଇଥାନ୍ତି । ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ମଧ୍ୟ ଏହି ପର୍ବ ପାଳନ ନେଇ ନିଜେ ନିଜ ଘରକୁ ଲିପା ପୋଛା କରିବା ବେଳେ କୃଷି କାର୍ଯ୍ୟରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ନିକଟସ୍ଥ ପୋଖରୀ, ନଦୀ ଏବଂ ପୁଷ୍କରିଣୀରେ ସଫାସୁତୁରା କରିଥାନ୍ତି । ଚଳିତ ବର୍ଷ ଭୟାବହ ମରୁଡି ସାଙ୍ଗକୁ ଫସଲ କ୍ଷତି ନେଇ ଚାଷୀ ସମାଜ ଭାଙ୍ଗିପଡିଥିବା ବେଳେ ନିଜର ପରମ୍ପରା ଏବଂ ପର୍ବପର୍ବାଣୀକୁ ପାଳନ ନେଇ ଅର୍ଥ କେବେ ବି ବାଧକ ସୃଷ୍ଟି କରିନଥାଏ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ଭାଷାରେ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ନୂଆଁଖାଇ ଜୁହାର କହିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

ପଢନ୍ତୁ;ପର୍ଯ୍ୟଟନ କ୍ଷେତ୍ରରେ ଭାରତ-ମାଲ୍ଟା ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

Related posts

ଆଜି ପବିତ୍ର ମାଘସପ୍ତମୀ ,ବୁଡ ଦେଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ENO Beuro

ଅାଜି ଶ୍ରୀଜିଉଙ୍କ ବନକଲାଗି,୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ENO Beuro

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସୁନାବେଶ

ENO Beuro

Leave a Comment