• Home
  • CULTURES
  • ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ
CULTURES

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ

ଅମାବାସ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଉପବାସ ରଖିବା ବିଧି ରହିଛି

ଆଜି ସାବିତ୍ରୀ ଓଷା । ସ୍ୱାମୀଙ୍କ ଦୀର୍ଘ ଜୀବନ, ସୁସ୍ଥତା ଓ ସଫଳତା କାମନା କରି ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ ପାଳୁଛନ୍ତି । ଆଜିର ଦିନରେ ଠାକୁରଙ୍କ ନିକଟରେ ପୂଜା କରିବା ପରେ ନୂଆ ଲୁଗା ପିନ୍ଧିବା ସହିତ ବ୍ରତ ବାନ୍ଧିବା ପରମ୍ପରା ରହିଛି । ଏଥିପାଇଁ ବିଭିନ୍ନ ମନ୍ଦିରରେ ସକାଳୁ ସକାଳୁ ବ୍ରତଧାରୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ମହିଳାମାନେ ସାବିତ୍ରୀ ଅମାବାସ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଉପବାସ ରଖିବା ବିଧି ରହିଛି । ଏଥିପାଇଁ ମନ୍ଦିରମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ ।

କିମ୍ବଦନ୍ତୀ ଅନୁସାରେ ,  ହିନ୍ଦୁ ଧର୍ମରେ ସ୍ୱାମୀଙ୍କ ଦୀର୍ଘ ଆୟୁ କାମନା କରି ଏହି ପୂଜା କରିଥାନ୍ତି ବିବାହିତା ନାରୀ । ହିନ୍ଦୁ କିମ୍ବଦନ୍ତିରେ ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ମାଦ୍ରଦେଶର ରାଜା ଅଶ୍ୱପତି ତାଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ଇଚ୍ଛା କରିଥିଲେ । ବିବାହ ପରେ ସତ୍ୟବାନ ଗୋଟିଏ ବର୍ଷ ବଂଚିବେ ଜାଣି ମଧ୍ୟ ତାଙ୍କୁ ବିବାହ କରି ଜଙ୍ଗଲରେ ରହୁଥିଲେ । ଠିକ୍ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା ।

ମହାସତୀ ସାବିତ୍ରୀଙ୍କ ତପ ବଳରେ ସେ ପୁର୍ନଜନ୍ମ ପାଇଥିଲେ । ଯମରାଜଙ୍କୁ ନିଜର ଯୁକ୍ତି ବଳରେ ସନ୍ତୁଷ୍ଟ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଫେରିପାଇଥିଲେ । ଏନେଇ ରାଜ୍ୟର ବିଭିନ୍ନ ଦେବାଳୟ ଓ ଘରେ ଘରେ ସାବିତ୍ରୀ ବ୍ରତ ପାଇଁ ସଧବା ନାରୀମାନେ ସଜବାଜ ହେଉଛନ୍ତି । ଅନ୍ନ ଜଳ ସ୍ପର୍ଶ ନକରି ସେମାନେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରଂପରା ରହିଛି । ପ୍ରତ୍ୟେକ ନାରୀ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି ।

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ sabitri brata

ପଢନ୍ତୁ ;

ଛତୁରେ ଭରିରହିଛି ଔଷଧୀୟ ଗୁଣ , ଏହାକୁ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?

Related posts

୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି

Krishna Kumar Manoj

ଆଜି ପବିତ୍ର ହେରା ପଞ୍ଚମୀ,ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ କାଠ ରଥ

Krishna Kumar Manoj

କାଲିଠୁ ଆରମ୍ଭ ହେବ ମହାପଞ୍ଚୁକ, କେମିତି ପାଳନ କଲେ ପାଇବେ ସର୍ବସିଦ୍ଧି ଓ ମୋକ୍ଷ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More