News

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

ଆଜି ପାକିସ୍ତାନରେ ମତଦାନ। ପାକିସ୍ତାନର ଜନସାଧାରଣ ସେଠାକାର ନୂଆ ନେତୃତ୍ୱକୁ ବାଛିବା ପାଇଁ କରିବେ ମତଦାନ। ଭାରତ ସମେତ ବିଶ୍ୱର ଅନେକ ଦେଶର ନଜର ଏହି ନିର୍ବାଚନ ଉପରେ ରହିଛି। କ୍ରିକେଟରରୁ ନେତା ବନିଥିବା ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ-ତେହେରିକ୍-ଏ-ଇନସାଫ, ନୱାଜ ସରିଫଙ୍କ ପାର୍ଟି ମଧ୍ୟରେ କଡା ଟକ୍କର ହେବ । ତେବେ ଇମରାନ୍ ଖାନ୍ ଏହି ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଇମ୍ରାନ୍‌ ଏଥର ୫ଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି। ଦେଶର ଭିନ୍ନ ଭିନ୍ନ ୫ଟି ସଂସଦୀୟ କ୍ଷେତ୍ରରୁ ସେ ପ୍ରାର୍ଥୀ ହୋଇଛନ୍ତି।

ଇମ୍ରାନ୍‌ଙ୍କ ପାର୍ଟିକୁ ସେନା ଏବଂ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‌ ଇଣ୍ଟେଲଜେନ୍ସ୍‌ର ସମର୍ଥନ ରହିଛି। ନିର୍ବାଚନ ସମୟରେ ସେନାକୁ ବିଶେଷ ଅଧିକାର ଦିଆଯାଇଛି। ଦେଶରେ ବୃଦ୍ଧି ପାଉଥିବା ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ ହୋଇଥିବା ନିର୍ବାଚନ ଆୟୋଗ ସୂଚିତ କରିଛନ୍ତି।

ମତଦାନ କେନ୍ଦ୍ରରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସେନାକୁ ପ୍ରସ୍ତୁତ ରଖାଯାଇଛି। ନିର୍ବାଚନବେଳେ ୩ ଲକ୍ଷ ୭୦ ହଜାର ସେନାବାହିନୀ ମୁତୟନ ହୋଇଥିବା କୁହାଯାଉଛି। ଦେଶର ୧୭ ହଜାର ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି।

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ pakisthan

ପଢନ୍ତୁ; ଗ୍ରୀସ୍ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ,୭୪ ମୃତ

Related posts

ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । କହିଲେ,ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ

Krishna Kumar Manoj

To Control Pollution, OSPCB Has Ordered To Shutdown Vedanta group’s Power Plants

Krishna Kumar Manoj

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More