CULTURES

ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ!

ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ପଣାସଂକ୍ରାନ୍ତି ଭାବେ ପରିଚିତ। ଓଡ଼ିଆଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଦିବସ। ଏହି ଦିନ ଓଡ଼ିଆ ପାଞ୍ଜି ଉନ୍ମୋଚିତ ହୁଏ ଏବଂ ଓଡ଼ିଆମାନେ ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରନ୍ତି। ପ୍ରତିବର୍ଷ ଏପ୍ରିଲ ୧୪ତାରିଖରେ ମହାବିଷୁବ ସଂକ୍ରାନ୍ତି ସାରା ଭାରତରେ ପାଳନ କରାଯାଏ। ମହାବ୍ରହ୍ମଚାରୀ, ଅତୁଳ ବଳଶାଳୀ ଭଗବାନ ହନୁମାନଙ୍କ ଜନ୍ମ ଦିବସ ହୋଇଥିବାରୁ ଏହି ଦିନ ତାଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯିବା ସହ ଭକ୍ତମାନଙ୍କ ଦ୍ଵାରା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।

ପଞ୍ଜାବ ଓ ହରିୟାଣା ମଧ୍ୟ ଆଜିର ଦିନକୁ ବର୍ଷର ପ୍ରଥମ ଦିନ ଭାବେ ପାଳନ କରିଥାନ୍ତି।

ଏହି ଦିନରେ ପାଳନ କରାଯାଏ ବୈଶାଖୀ। ମହାବୀର ହନୁମାନଙ୍କ ଜୟନ୍ତୀ ଭାବେ ଆଜିର ଦିନଟି ହେଉଛି ବହୁତ ପବିତ୍ର। ପଣା ସଂକ୍ରାନ୍ତିର ପ୍ରସ୍ତୁତି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଦେଖିବାକୁ ମିଳିଥାଏ। ଆଜିର ଦିନରେ ଶ୍ରୀହନୁମାନଙ୍କ କାମ ଜପ, ଚାଳିଶା, ସଙ୍କଟମୋଚନ ଚଉତିଷା, ସମ୍ପୂର୍ଣ୍ଣ ତୁଳସୀ ରାମାୟଣ ପାଠ କରାଗଲେ ସକଳ ବ୍ୟାଧିରୁ ମୁକ୍ତି ମିଳେ ଓ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଛି। ମକର ସଂକ୍ରାନ୍ତିରୁ ସୂର୍ଯ୍ୟ କ୍ରମଶଃ ବିଷୁବରେଖା ଆଡ଼କୁ ଗତି କରନ୍ତି। ତେଣୁ ସୂର୍ଯ୍ୟ ରଶ୍ମି କ୍ରମଶଃ ପ୍ରଖର ହୁଏ। ଯେଉଁ ଦିନ ସୂର୍ଯ୍ୟ ମେଷ ରାଷିରେ ପ୍ରବେଶ କରନ୍ତି ସେଇ ଦିନ ମେଷ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ଦିନ ସୂର୍ଯ୍ୟ ବିଷୁବ ରେଖାର ଉପରେ ରୁହନ୍ତି। ବିଷୁବ ସଂକ୍ରାନ୍ତିରେ ଦିନ ଓ ରାତି ସମାନ ହୁଏ ଏବଂ ବାୟୁର ଗତି କ୍ରମେ ତୀବ୍ର ହୁଏ। ନଦୀ, ନାଳ ଓ ଜଳାଶୟର ଜଳସ୍ତର ହ୍ରାସ ପାଏ। ତେଣୁ ଜଳାଭାବ ଦେଖାଦିଏ।

ଆଜିଠାରୁ ତୁଳସୀ ବୃକ୍ଷ ଉପରେ କଳସ ବାନ୍ଧି ଜଳ ଦେବାର ପରମ୍ପରା ରହିଛି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାମୁଯାତ୍ରା ଆୟୋଜିତ ହୋଇଥାଏ । ମାସକ ପୂର୍ବରୁ ପାଟୁଆମାନେ ଶିବ ଗୌରୀ ଉପାସନାକୁ ଆଜିର ଦିନରେ ଉଦଯାପନ କରାନ୍ତି । ଦଣ୍ଡପାଟୁଆ ମାନେ ଡହଡ଼ହ ନିଅାଁରେ ଚାଲି ନିଜର ଭକ୍ତିଭାବ ପ୍ରଦର୍ଶିତ କରାନ୍ତି।

ପଢନ୍ତୁ; ‘ହାଲୋ ଆର୍‌ସି’ ଶ୍ରେଷ୍ଠ ଓଡିଆ ଚଳଚିତ୍ର !

Related posts

ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

ENO Beuro

ଶେଷ ହେଲା ଦଶହରା,ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

ENO Beuro

ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଇତା ଲାଗି ନିତି, ୩ ଘଣ୍ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନରୁ ବଞ୍ଚିତ

ENO Beuro

1 comment

Leave a Comment