News

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମଦିନ । ୧୯୫୦ ମସିହା ସେପଟେମ୍ବର ୧୭ ତାରିଖରେ ଗୁଜରାଟ ଭଦନଗରରେ ମୋଦି ଜନ୍ମଗ୍ରହଣ କରିଥିଲେ । ଜନ୍ମ ଦିନ ଅବସରର ତାଙ୍କୁ ଶୁଭେଛାର ସୁଅ ଛୁଟିଛି । ଆଉ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ମୋଦି ପାଳିବେ ନିଜର ଜନ୍ମଦିନ। ତେବେ ମୋଦିଙ୍କ ଜନ୍ମଦିନରେ କିଛି ସାମାଜିକ ସଂସ୍ଥା ମଧ୍ୟ ଏକ ଭିନ୍ନ ଉପାୟର ସମାଜକୁ ସଚେତନ କରିବା ସହ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯେଉଁଥିରେ ବାରଣାସୀର ଜିଲ୍ଲା ଜେଲରେ ବନ୍ଦ ଥିବା 4ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ଏହି 4ଜଣ କଏଦୀ କିଛିଦିନ ହେଲା ଜେଲର ବନ୍ଦ କୋଠରୀରେ ଥିଲେ। କାରଣ ସେମାନେ ଜୋରିମାନାର ଖର୍ଚ୍ଚ ଦେବାକୁ ଅସମର୍ଥ୍ୟ ଥିବା କାରଣରୁ ଜେଲରୁ ବାହାରି ପାରୁ ନଥିଲେ। ଏମାନଙ୍କ ନାଁରେ ଚୋରି ଏବଂ ଏନଡିପିଏସ ଆକ୍ଟ ମାମଲା ରୁଜୁ କରାଯାଇଥିଲା।ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସାମାଜିକ ସଂସ୍ଥା ପକ୍ଷରୁ କଏଦୀଙ୍କ ଜୋରିମାନା ଖର୍ଚ୍ଚ ଭରଣ କରାଯାଇଥିଲା।

modi ପ୍ରଧାନମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ modi 4

ସାଧାରଣ ଲୋକେ ଯେପରି ମୋଦିଙ୍କୁ ସିଧାସଳଖ ଶୁଭେଚ୍ଛା ଜଣାଇପାରିବେ, ସେଥିପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଆପଣ www.narendramodi.in ପେଜ୍‌କୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିବେ। ଏଥିପାଇଁ ଆପଣଙ୍କୁ ଫେସ୍‌ବୁକ୍ କିମ୍ବା ଟ୍ୱିଟର ଜରିଆରେ ଲଗ୍‌ଇନ୍ କରିବାକୁ ପଡ଼ିବ ଓ ତା’ପରେ ଆପଣ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିବେ। ଆପଣଙ୍କ ଶୁଭେଚ୍ଛା ବାର୍ତ୍ତା ପେଜ୍‌ରେ ଦୃଶ୍ୟମାନ ହେବ।

ପଢନ୍ତୁ;ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

Related posts

ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

Krishna Kumar Manoj

ଓଡିଶା ଛୁଇଁଲା ‘ଡାଏ’,ଆଜି ବି ପ୍ରବଳ ବର୍ଷା

Krishna Kumar Manoj

ପୁଣି ମୁଣ୍ଡ ନେଲା ବମିଖାଲ ଓଭରବ୍ରିଜ୍ : ଜଣେ ଶ୍ରମିକ ମୃତ , ଜଣେ ଗୁରୁତର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More