ଆଜି ହେଉଛି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ ।
ପିଠା ପ୍ରସ୍ତୁତ ପରେ ବୃନ୍ଦାବତୀଙ୍କ ନିକଟରେ ଘରର ବଡମାନଙ୍କୁ ଚନ୍ଦନ ସିନ୍ଦୁର ଦେଇ ପୂଜା କରାଯାଏ । ଘରଦ୍ୱାର ଲିପାପୋଛା ସାଙ୍ଗକୁ ମୁରୂଜ ପକାଇ ପୂଜାର୍ଚ୍ଚନା କରାଯାଏ । ପୂଜା କରାଯାଇ ଏଣ୍ଡୁରି ପିଠା ଖାଇବାକୁ ଦିଆଯାଇଥାଏ। ମାର୍ଗଶୀର ମାସ ଅଷ୍ଟମୀ ତିଥିରେ ପ୍ରତ୍ୟେକ ଓଡିଆଙ୍କ ଘରେ ପାଳିତ ହୋଇଥାଏ ପ୍ରଥମାଷ୍ଟମୀ ପୂଜା ।
ପରଂପରା ଅନୁସାରେ ଏହିଦିନ ମାମୁଁମାନେ ନୂଆ ଲୁଗା , ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀଙ୍କ ଘରକୁ ଯାଇ ପଢୁଆଁ କରନ୍ତି ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହନ୍ତି ।
ପଢନ୍ତୁ; ଶୀତରେ ଗୋଡ଼ ଫାଟୁଛିକି ? ଜାଣିରଖନ୍ତୁ ଏହି ସମସ୍ୟା ଦୂର କରିବାପାଇଁ କିଛି ଟିପ୍ସ