News

ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ !

ଆସନ୍ତା କାଲି ନେବେ ଶପଥ

ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳ ପଦରୁ ଏସସି ଜମିରଙ୍କ ଅବସର ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ଅସ୍ଥାୟୀ ରାଜ୍ୟପାଳ ଦାୟିତ୍ୱ ମିଳିଥିଲା । ଆସନ୍ତାକାଲି ସନ୍ଧ୍ୟାରେ ସେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ସନ୍ଧ୍ୟାରେ ପ୍ରଫେସର ଗଣେଶୀ ଲାଲଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଅପରପକ୍ଷେ ଓଡିଶା ଦାୟିତ୍ୱରେ ଥିବା ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରବିବାର ଓଡିଶାରୁ ବିଦାୟ ନେଇଛନ୍ତି । ବିଦାୟୀ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗତକାଲି ରାଜଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ସେ ବିହାର ଅଭିମୁଖେ ଯାତ୍ରା କରିଥିଲେ। ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ  ଓଡ଼ିଶାର ମଧ୍ୟ ଦାୟିତ୍ୱ ଦିଆଯାଇଥିଲା।  ସେ ଗତ ମାର୍ଚ୍ଚ ୨୧ ତାରିଖରୁ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହାପରେ କେନ୍ଦ୍ର ସରକାର ଗଣେଶୀ ଲାଲଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ।

ପଢନ୍ତୁ ;

ଆଇପିଏଲ ୧୧ : ଚେନ୍ନାଇ ସୁପର କିଙ୍ଗସ୍‌ ଚାମ୍ପିଅନ୍‌ !

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଯୁବକଙ୍କ ଉପରେ ଚଢିଗଲା ବସ

ENO Beuro

ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେବେ ଭାଇସ୍‌-ଆଡମିରାଲ୍‌ କରମବୀର ସିଂ

Ratnamani Moharana

ଆମେରିକା ରଚିଲା ଇତିହାସ !ପ୍ରଥମ ଥର ପାଇଁ ମହାକାଶକୁ ଗଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ୍‌ ସ୍ପେସ୍‌ ଏକ୍‌ସ୍‌ର ‘ଫାଲ୍‌କନ୍‌ ହେଭି’

ENO Beuro

2 comments

Leave a Comment