February 16, 2019

ଧାଡିଦର୍ଶନକୁ ବିରୋଧ,ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା

puri

ଅକ୍ଟୋବର ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡ଼ି ଦର୍ଶନ ବ୍ୟବସ୍ଥା। ପ୍ରଥମ ଦିନରେ ଏହାକୁ ସାମୟିକ ବିରୋଧ କରାଯାଇଥିବା ବେଳେ ଜଗନ୍ନାଥ ସେନା ପକ୍ଷରୁ ୩ ତାରିଖ ଦିନ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ବୁଧବାର ତାହା ହିଂସାର ରୂପ ନେଇଥିବା ଦେଖିବାକୁ ମିଳିଛି। ଉତ୍ତେଜନା କ୍ରମଶଃ ବଢିବାରେ ଲାଗିଛି। ଫଳରେ ୧୪୪ ଧାରା ଜାରି କରାଯାଇଛି।

ଆନ୍ଦୋଳନକାରୀମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟ ଦ୍ୱାର ସମେତ ବିଭିନ୍ନ ଦ୍ୱାରରେ ଧସେଇ ପଶିଛନ୍ତି । ୨ଟି ସ୍କାନର ମେସିନ, ୪ଟି ମେଟାଲ ଡିଟେକ୍ଟର ଭାଙ୍ଗିବା ସହ ଚାରି ଦ୍ୱାରରେ ଲାଗିଥିବା ହୋଡିଂକୁ ଚିରି ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତା ଷ୍ଟାଣ୍ଡକୁ ଭାଙ୍ଗି ଦେଇଛନ୍ତି ବିକ୍ଷୋଭକାରୀ । ବିକ୍ଷୋଭକାରୀମାନେ ସହରର ବିଭିନ୍ନ ସ୍ଥାନରେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି।

puri

ଅସନ୍ତୋଷ ବିକ୍ଷୋଭକାରୀ ପୁରୀ ଏସପିଙ୍କ ବାସଭବନ ଉପରକୁ ଟେକାମାଡ କରିଥିଲେ । ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିବା ସହ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରଭିତରକୁ ମଧ୍ୟ ଧସେଇ ପଶିଛନ୍ତି । ପୁରୀ ଟାଉନ ଥାନା ଉପରକୁ ମଧ୍ୟ ଢେଲାମାଡ କରିଛନ୍ତି।

ସୂଚନାଯୋଗ୍ୟ,ପୁରୀ ପୋଲିସ ପକ୍ଷରୁ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଗିରଫ ସମୟରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି। ବିଭିନ୍ନ ରାଜନୈତିକ ସଙ୍ଗଠନ ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଇଛି।

ପଢନ୍ତୁ;ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଭାବେ ଶପଥ ନେଲେ ଜଷ୍ଟିସ ରଞ୍ଜନ ଗୋଗଇ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More