ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ଆଜି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ଏହି ନୀତି ଅପରାହ୍ନ ୩ ଟାରୁ ଆରମ୍ଭ ହୋଇ ରାତି ୮ ଟାରେ ଶେଷ ହେଉଥିବାରୁ ୫ ଘଣ୍ଟା ପାଇଁ ପୁରୀ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବ।
ଆଜି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ଏହି ନୀତି ଅପରାହ୍ନ ୩ ଟାରୁ ଆରମ୍ଭ ହୋଇ ରାତି ୮ ଟାରେ ଶେଷ ହେଉଥିବାରୁ ୫ ଘଣ୍ଟା ପାଇଁ ପୁରୀ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥମ ଭୋଗମଣ୍ଡପ ଭୋଗ ପରେ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଛି । ପ୍ରଥମ ଭୋଗମଣ୍ଡପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତ ମାନେ ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ। ଏହାପରେ ପତିମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡ଼ର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁଃର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇବେ। ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।
ସୂଚନାନୁସାରେ, ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କଠାରୁ ଓଲାଗି ହୋଇଥିବା ସ୍ୱର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ମହାପ୍ରଭୁଙ୍କ ଶ୍ରୀମୁଖ ଚତୁଃପାର୍ଶ୍ୱରେ ଲାଗି ହେବ। ସ୍ନାନ ପୂର୍ଣ୍ଣୀମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପୀଡ଼ିତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆଯାଇଥିଲା। ତେବେ ପୁନର୍ବାର ଆଜି ଦେଉଳକରଣ, ତଢଉ କରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁରେଖାକୁ କଢାଯିବ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।