News

ଆଜି ରାହୁଲଙ୍କ ବରଗଡ ଗସ୍ତ

baragad

ଆଜି ଆସୁଛନ୍ତି ରାହୁଲ

ଆଜି ରାହୁଲଙ୍କ ବରଗଡ ସମାବେଶ । ବରଗଡ ନିକଟ ସରସରା ଗାଁରେ ଥିବା ବଡ ପଡିଆରେ ଅପରାହ୍ନ ୧ରେ ପହ୍ନଚିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ। ରାହୁଲ ବରଗଡରେ ପାଖାପାଖି ଦେଢ ଘଣ୍ଟା ରହିବେ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାହୁଲଙ୍କ ଗସ୍ତ ନେଇ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଭାରୀ ଟି.ଏସ୍.ସିଂଦେଓ ସମାବେଶ ସ୍ଥଳକୁ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି।

ସୂଚନାଯୋଗ୍ୟ,ଗତ ଫେବ୍ରୁଆରୀରେ ଭବାନୀପାଟଣା ଓ ରାଉରକେଲା ଆସିଥିଲେ ରାହୁଲ । ଏବେ ମାର୍ଚ୍ଚରେ ଜୟପୁରରେ କର୍ମୀଙ୍କୁ ଉତ୍ସାହିତ କଲେ । ଏବେ ଆସୁଛନ୍ତି ବରଗଡ଼ । ଏଥର ବି ଚାଷ ଓ ଚାଷୀ ସହ ରୋଜଗାର ପ୍ରସଙ୍ଗ ଉଠାଇ ପାରନ୍ତି ରାହୁଲ । ସେପଟେ ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବନାହିଁ ବୋଲି କହିଛି ବିଜେଡି।

ପଢନ୍ତୁ; ବିଜେପିରେ ଯୋଗ ଦେଲେ ଦାମ ରାଉତ

Related posts

ଚୀନ୍‌ର ରାସାୟନିକ କାରଖାନାରେ ବିସ୍ଫୋରଣ, ୨୨ ମୃତ

ENO Beuro

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

ENO Beuro

ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି,ବନ୍ଧା ହେବେ ମାଲ୍ୟା

ENO Beuro

Leave a Comment