News

ଆଜି ରସଗୋଲା ଦିବସ,ମହାପ୍ରଭୁଙ୍କୁ ଲାଗିବ ରସଗୋଲା ଭୋଗ

ଆଜି ହେଉଛି ରସଗୋଲା ଦିବସ। ନୀଳାଦ୍ରୀ ବିଜେ ସମୟରେ ମା’ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଦେଇ ତୁଷ୍ଟ କରିଥାନ୍ତି । ସେହି ଦୃ୍ଷ୍ଟିରୁ ଓଡିଶାରେ ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ଦିନ ରସଗୋଲା ଦିବସ ପାଳିତ ହୋଇଆସୁଛି। ରାଜ୍ୟରେ ରସଗୋଲା ଏକ ପାରମ୍ପରିକ ମିଷ୍ଟାନ । ବନ୍ଧୁବାନ୍ଧବଙ୍କ ଘରେ ହେଉ କି କୌଣସି ଶୁଭକାର୍ୟ୍ୟରେ ରସଗୋଲା ହାଣ୍ଡିଯିବାର ବିଧି ରହିଛି । ରଥଯାତ୍ରାର ନୀଳାଦ୍ରିବିଜେ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭେଟି ଦେଇଥାନ୍ତି। ତେଣୁ ୨୦୧୫ରୁ ଏହି ଦିନଟିକୁ ରସଗୋଳା ଦିବସ ଭାବରେ ପାଳନ କରାଯାଉଛି।

ତେଣୁ ମହାପ୍ରଭୁଙ୍କୁ ଭକ୍ତ ନୈବେଦ୍ୟ ଅର୍ପଣ ପୂର୍ବକ ବୁଧବାର ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥ ନିକଟରେ ଶ୍ରଦ୍ଧାଳୁମାନେ ରସଗୋଲା ଭୋଗ କରିଛନ୍ତି। ହଜାର ହଜାର ଭକ୍ତ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରିବା ସହ ରସଗୋଲା ଭୋଗ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସିଂହଦ୍ୱାର ଆଖପାଖରେ ବହୁ ଅସ୍ଥାୟୀ ରସଗୋଲା ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଅଧିକ ଦାମ୍‌ରେ ବ୍ୟବସାୟୀମାନେ ଭକ୍ତଙ୍କୁ ରସଗୋଲା ବିକ୍ରି କରୁଛନ୍ତି। ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରିବେ।

ପଢନ୍ତୁ;ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

Related posts

ସେମିତି କିଛି ହୋଇନାହିଁ,ସମସ୍ତେ ଜୀବିତ ଓ ଭଲ ଅଛନ୍ତି:ଜୈଶ୍‌-ଏ-ମହମ୍ମଦ

ENO Beuro

ମହାନଦୀରେ ଭାସିଗଲେ ହାତୀ ପଲ

ENO Beuro

ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ

ENO Beuro

1 comment

Leave a Comment