Movie News

ଆଜି ପରଦାକୁ ଆସିଛି ଓଡିଆ ଚ୍ଚଳଚିତ୍ର “ବିଜୁ ବାବୁ”

ନିର୍ବାଚନ ପୂର୍ବରୁ ପରଦାରେ “ବିଜୁ ବାବୁ” । ବନ୍ଦେ ଉତ୍କଳ ଜନନୀ କହି ମଇଦାନରେ ପାଦ ରଖିଛନ୍ତି କଳିଙ୍ଗ ଶଣ୍ଢ । ଆଜି ଅନୁଭବଙ୍କ ଅଭିନୀତ ଓଡିଆ ଚ୍ଚଳଚିତ୍ର ‘ବିଜୁ ବାବୁ’ ସାରା ଓଡିଶାରେ ମୁକ୍ତି ଲାଭ କରୁଛି।

ଏହି ଫିଲ୍ମଟି ବିଜୁବାବୁଙ୍କର ଆତ୍ମକହାଣୀ ନୁହେ ବରଂ ତାଙ୍କର ଚିନ୍ତାଧାରା ଉପରେ ଆଧାରିତ ଏକ କାହାଣୀ। ଏହି ସିନେମାରେ ନବୀନଙ୍କ ଲୋକପ୍ରିୟ ଡାଇଲଗ ‘ଆପଣ ମାନେ ଖୁସି ତ‘ କୁ ନେଇ ଏକ ଗୀତ ହୋଇଥିବା ଶୁଣିବାକୁ ମିଳୁଛି।

ତେବେ ଏହି ସିନେମାରେ ବିଜୁ ବାବୁଙ୍କ ଚରିତ୍ରରେ ଅଶ୍ରୁମୋଚନ, ନାୟକ ଅନୁଭବ ଓ ନାୟିକା ଭୂମିକାରେ ସୁପ୍ରିୟାଙ୍କୁ ଦେଖିବାକୁ ମିଳିବ। ଏଥିରେ ୪ ଟି ଆକର୍ଷଣୀୟ ଗୀତ  ସାଙ୍ଗକୁ ଡ୍ରାମା, ଆକ୍ସନ, ରୋମାନ୍ସ ଓ କାମେଡି ଦେଖିବାକୁ ମିଳିବ। ତେବେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କ ମନକୁ କେତେ ମୋହୁଛି ଏହା ତ କେବଳ ସମୟ ହିଁ କହିପାରିବ।
ପଢନ୍ତୁ: ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’

Related posts

Jhilik And Sambit Are Coming With Odia Movie “Tamaku Dekhila Pare”

Jitendra

Mu Gandhi Nuha Odia Film Krishna, Bhavana,Karan

Jitendra

Swaraj Barik & Sunmeera Will Romance For The First Time

ENO Beuro

Leave a Comment