• Home
  • Entertainment
  • ଆଜି ଶୁଭମୁକ୍ତି ଲାଭ କଲା ଏହି ନୂଆ ଓଡ଼ିଆ ସିନେମା
Entertainment

ଆଜି ଶୁଭମୁକ୍ତି ଲାଭ କଲା ଏହି ନୂଆ ଓଡ଼ିଆ ସିନେମା

ଆଜି ରିଲିଜ୍‌ ହେଲା ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’

ଆଜି ମୁକ୍ତିଲାଭ କରୁଛି ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ ସିନେମା। ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ଶୁଭାଶିଷ ପତି।ଶୁଭାଶିଷ ପୂର୍ବରୁ ‘ଗଡ଼ବଡ଼’ ଓ ଗୁଣ୍ଡା’ ଟାଇଟଲରେ ଦୁଇଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ।‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ହେଉଛି ତାଙ୍କର ତୃତୀୟ ସିନେମା।ସେ ଇଂରାଜି ଅକ୍ଷର ‘g’ରୁ ଟାଇଟଲ୍‌ ଦେଇ ଫିଲ୍ମ ନିର୍ମାଣ କରିବାର ଧାରା ବଜାୟ ରଖିଛନ୍ତି।

କାଷ୍ଟିଂ କାଉଚ୍‌ ଭଳି ଏକ ପ୍ରସଙ୍ଗ ଉପରେ ଏବେ ନିର୍ମିତ ହୋଇଛି ଏହି ନୂଆ ଓଡ଼ିଆ ସିନେମା‘ଗୁୁୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’। ଓଲିଉଡ଼୍‍ର ଜଣାଶୁଣା ହାସ୍ୟାଭିନେତା ପପୁ ପମ୍‌ପମ୍‌ କାଷ୍ଟିଂ କାଉଚ ମାମଲାରେ ଜଡ଼ିତ ହୋଇ ଜେଲ୍‌ ଯାଇଥିଲେ।ଠିକ୍‌ ସେହିପରି ଜଣେ ଅଭିନେତ୍ରୀ ଶର୍ମିଷ୍ଠା ନର୍ଦ୍ଦେଶକ ହିମାଂଶୁ ପରିଜା ,ତାପସ ସାଘରିଆ,ପଯୋଜିକା ବିନି ସାମଲ,ପ୍ରଯୋଜକ ନିହାର ସାମଲ ପ୍ରମୁଖଙ୍କ ନାଆଁରେ କାଷ୍ଟିଂ କାଉଚର ଅଭିଯୋଗ ଆଣିଥିଲେ।ଏହି ସିନେମାଟି ଲଭ ଷ୍ଟୋରି ଉପରେ ଆଧାରିତ।

‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ର ମେନ୍‌ ଲିଡ଼୍‍ରେ ଦେଖିବାକୁ ମିଳିଛି ସୂର୍ଯ୍ୟକାନ୍ତ,ହିମିକା ଓ ମିହିର ଦାସ ପ୍ରମୁଖ। ଏହି ସିନେମାରେ ନାୟିକା ସାଜିଥିବା ହିମିକାଙ୍କୁ ଦର୍ଶକ ପୂର୍ବରୁ ‘ଗୁଣ୍ଡା’ ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ।

ଆଜି ଶୁଭମୁକ୍ତି ଲାଭ କଲା ଏହି ନୂଆ ଓଡ଼ିଆ ସିନେମା guddu

 

ପଢନ୍ତୁ;

ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହେଲେ ଛୋଟପରଦାର ଏହି ରୋମାଂଟିକ୍ ଯୋଡି

Related posts

ଓଲିଉଡର ଲୋକପ୍ରିୟ ନାୟିକା ପ୍ରିୟା : ‘ଡ୍ରିମ୍‌ଗାର୍ଲ’ ପରେ ଏହି ନିର୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଛନ୍ତି

Krishna Kumar Manoj

କପିଲ ଶର୍ମା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ! ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲଙ୍କ କମେଡ଼ି

Krishna Kumar Manoj

Abhinash Pradhan’s Sambalpuri Weavers, To Premiere At TSAFF On 14th October

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More