Entertainment

ଆଜି ଟୋକା ଫସିବ,ମାୟାରେ ବାୟା ହେବେ ଦର୍ଶକ

ଆଜି ମୁକ୍ତିଲାଭ କରୁଛି ନୂଆ ଓଡ଼ିଆ ସିନେମା ‘ଟୋକାଟା ଫସିଗଲା’

ଆଜି ଟୋକା ଫସିବ। ଆଉ ସମସ୍ତେ ମାୟାରେ ବାୟା ହେବେ। ରଥଯାତ୍ରା ଉପଲକ୍ଷେ ଆଜି ମୁକ୍ତିଲାଭ କରୁଛି ନୂଆ ଓଡ଼ିଆ ସିନେମା ‘ଟୋକାଟା ଫସିଗଲା’। ଏଥିରେ ସବ୍ୟସାଚୀ-ଏଲିନା ଏବଂ ପପୁ ପମପମ-ଲିପସାଙ୍କ ଭଳି ଦୁଇଟି ଲୋକପ୍ରିୟ ଯୋଡିଙ୍କୁ ପରଦାରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ ରମେଶ ରାଉତ।

ଓଡ଼ିଆ ସିନେମା ‘ଟୋକାଟା ଫସିଗଲା’ର ପ୍ରଯୋଜକ ହେଲେ ସୀତାରାମ୍‌ ଅଗ୍ରଓ୍ଵାଲ୍‌ । ଏହା ତାଙ୍କର ୨୩ତମ ସିନେମା । ଏହି ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବୈଦନାଥ ଦାସ। ଏହି ଫିଲ୍ମରେ ନିର୍ଦ୍ଦେଶକ ରମେଶ ରାଉତ ପ୍ରଥମ ଥର ପାଇଁ ସବ୍ୟସାଚୀ-ଏଲିନା ଯୋଡ଼ିଙ୍କୁ ପରଦାକୁ ଆଣିଥିଲେ।

ସମ୍ପୃନ ହସ୍ୟରସ ଭରା କାହାଣୀ ଆଧାରିତ ଏହି ସିନେମା ଦର୍ଶକଙ୍କୁ ହସେଇ ହସେଇ ବେଦମ ନୁହେଁ ବରଂ କନ୍ଦେଇବ। ନିଶ୍ଚିତ ଭାବେ ଦର୍ଶକ ହସିବେ ଏଥିରେ ସନ୍ଧେହ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ଦୃଶକ୍ତି ପ୍ରକାଶ କରିଛି।

ପଢନ୍ତୁ; ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

Related posts

ଆଗାମୀ ଓଡିଆ ସିନେମା ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ର ଅଡିଓ ରିଲିଜ

ENO Beuro

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

ENO Beuro

ବରୁଣ,ଅନୁଷ୍କା ହେଲେ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର

ENO Beuro

1 comment

Leave a Comment