News

ଆଜି ଖୋଲିବ ସବରିମାଳା ମନ୍ଦିର ,ସୁରକ୍ଷା ବ୍ୟବସ୍ଥା କଡାକଡି

temple

କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରର ମୁଖ୍ୟ ଦ୍ବାର ପୂଜାବିଧି ପାଇଁ ସୋମବାର ସନ୍ଧ୍ୟାରେ ଖୋଲାଯିବ ଓ ମଙ୍ଗଳବାର ରାତି ୧୦ଟାରେ ବନ୍ଦ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦ୍ୱିତୀୟ ଥର ପାଇଁ ମନ୍ଦିର ଖୋଲାଯିବ । ଗତ ମାସରେ ୫ ଦିନ ପାଇଁ ମନ୍ଦିର ଖୋଲିଥିଲା । ମହିଳାଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରୁଥିବା ଆୟପ୍ପା ଭକ୍ତ । ଫଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏଥର ପୋଲିସ ଅଧିକ ସତର୍କ ହୋଇଛି ।

temple

ସୁରକ୍ଷା ଦାୟିତ୍ୱରେ ପ୍ରାୟ ୨୩ ଶହ ପୋଲିସ କର୍ମଚାରୀ ଅଛନ୍ତି । ୧୦ ଏସ୍‌ପି ଓ ୧୦ ଡିଏସ୍‌ପିଙ୍କୁ ଦିଆଯାଇଛି ତଦାରଖ ଦାୟିତ୍ୱ । ଗୋଟିଏ ପ୍ଲାଟୁନ ମହିଳା ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି । ମନ୍ଦିର ଭିତରେ ୫୦ ବର୍ଷରୁ ଅଧିକ ବର୍ଷ ବୟସର ମହିଳା ପୋଲିସକୁ ସୁରକ୍ଷା ଦାୟିତ୍ୱ ଦିଆଯିବ । ମଙ୍ଗଳବାର ପର୍ଯ୍ଯନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହୋଇଛି ।

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ‘ଚିଥିରା ଆତ୍ତାବିଶେଷମ୍‌’ ଉପଲକ୍ଷେ ସ୍ୱତନ୍ତ୍ର ପୂଜା ପାଇଁ ମନ୍ଦିର ଦ୍ୱାର ଖୋଲିବ। ଗତକାଲି ରାତି ୧୦ଟା ସମୟରେ ଏହାକୁ ବନ୍ଦ କରାଯିବ। ଅନ୍ୟପକ୍ଷରେ ନଭେମ୍ବର ୧୭ଠାରୁ ୩ ମାସଯାଏ ତୀର୍ଥ ଋତୁ ଚାଲୁ ରହିବ। ଏହି ସମୟରେ ସାବରୀମାଲାରେ ସର୍ବାଧିକ ଭିଡ଼ ଜମିଥାଏ।

ପଢନ୍ତୁ;  ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

Related posts

୧୫୦ତମ ଗାନ୍ଧୀ ଜୟନ୍ତୀରେ କାଏଦିଙ୍କୁ ସ୍ଵତନ୍ତ୍ର କ୍ଷମା ପ୍ରଦାନ ଉପରେ କ୍ୟାବିନେଟ ମୋହର

ENO Beuro

ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ,୮୧ ମୃତ

ENO Beuro

ବନ୍ଦ ହେଲା ୨୦୦୦ ଟଙ୍କିଆ ନୋଟ ଛପା ଏବଂ ୫୦୦ ଟଙ୍କିଆ ନୋଟର ପାଞ୍ଚଗୁଣା ବଢିବ ଛପା

ENO Beuro

Leave a Comment