• Home
  • SPORTS
  • ୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!
SPORTS

୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!

ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ, କୋଟି କୋଟି ପ୍ରଶଂସକ ବିଶ୍ୱର କୋଣ-ଅଣୁକୋଣରୁ ଟ୍ୱିଟରରେ ଶୁଭେଚ୍ଛା

କ୍ରିକେଟ୍‌ ଜଗତର ଗଡ୍ ଆଖ୍ୟା ପାଇଥିବା ସଚିନ ତେନ୍ଦୁଲକରଙ୍କ ଆଜି ହେଉଛି ୪୫ତମ ଜନ୍ମଦିନ। ଭାରତରତ୍ନ ସଚିନ ଆଜିର ଦିନରେ ୧୯୭୩ ଏପ୍ରିଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱ କ୍ରିକେଟ ଇତିହାସରେ ସର୍ବକାଳୀନ ଶ୍ରେଷ୍ଟ ଖେଳାଳି ଭାବେ ସଚିନ ନିଜକୁ ପ୍ରମାଣିତ କରିଥିବା ବେଳେ ଆଜି ତାଙ୍କ ଜନ୍ମଦିନକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍‌ର ମହାନତମ ତାରକା ସଚିନ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ସଚିନ ପରବର୍ତୀ ୨୪ ବର୍ଷ ପର୍ଯ୍ୟନ୍ତ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କୁ ଖୁସି ବାଣ୍ଟିଥିଲେ। କୀର୍ତ୍ତିମାନ ପରେ କୀର୍ତ୍ତିମାନ କରି କ୍ରିକେଟ୍‌ର ଭଗବାନ ଉପାଧୀ ପାଇଥିଲେ। ୨୦୧୩ ନଭେମ୍ବର ୧୬ରେ ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରୁ ଅବସର ନେବା ପରେ ମଧ୍ୟ ସଚିନ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ୍‌ ତାରକା ଭାବେ ରହି ଆସିଛନ୍ତି।

କ୍ୟାରିୟରର ଅଢ଼େଇ ଦଶନ୍ଧି ଭିତରେ ଅନେକ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏଥି ମଧ୍ୟରୁ ଆଜକୁ ୨୦ ବର୍ଷ ତଳେ ଖେଳିଥିବା ସାରଜା ହେଉଛି ଅନ୍ୟତମ ୧୩୦ଟି ବଲ ଖେଳି ସେଦିନ ସଚିନ ୧୪୩ ରନ୍ ସଂଗ୍ରହ କରିଥିଲେ। ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ସଚିନଙ୍କ ପ୍ରହାରକୁ ମନେ ପକାଇ ଆଜି ବି ଅଷ୍ଟ୍ରେଲିଆର ବୋଲର ସେନ ୱାର୍ଣ୍ଣ ଥରି ଉଠନ୍ତି । ୨୮୫ ରନ ବିଜୟ ଲକ୍ଷ୍ୟ ନେଇ ଭାରତ ୨ୟ ଇନିଂସ ଖେଳିଥିଲା। ଏହି ଶୃଙ୍ଖଳାର ଫାଇନାଲକୁ ଉନ୍ନିତ ହେବା ପାଇଁ ଭାରକୁ ଅତି କମରେ ୨୫୪ ରନ ଆବଶ୍ୟକ ଥିଲା। ଏହା ହେଲେ ନ୍ୟୁଜିଲାଣ୍ଡ ୩ୟ ସ୍ଥାନରେ ରହି ଯାଇଥାନ୍ତା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଖରେ ଦକ୍ଷତା ସମ୍ପନ୍ନ ବୋଲରମାନେ ଥିଲେ। ସଚିନ ତାଙ୍କର ୨୫ତମ ଜନ୍ମଦିନ ଅବସରରେ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲେ।

୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର! tendulkar

ପଢନ୍ତୁ; ଦିନ୧:୩୦ ଏବଂ ରାତି ୧୦ଟାରେ ଦିଅନ୍ତୁ ମାତ୍ର ୧୦ଟି ପ୍ରଶ୍ନର ଉତ୍ତର, ହୋଇପାରନ୍ତି ଲକ୍ଷପତି!

Related posts

ଧୋନି,ପଙ୍କଜଙ୍କୁ ପଦ୍ମ ଭୂଷଣ!

Krishna Kumar Manoj

ଆରସିବିର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ ନେହେରା

Krishna Kumar Manoj

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More