19 C
Bhubaneswar
December 4, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ

୩୦ଜାନୁଆରୀ …ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ଶ୍ରାଦ୍ଧ ଦିବସ । ୧୯୪୮ ଆଜିର ଦିନରେ ବିର୍ଲା ହାଉସରେ ସଂଧ୍ୟା ପ୍ରାର୍ଥନା ସମୟରେ ଗୁଳି ଖାଇ ଟଳିପଡ଼ିଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ । ଏ ଘଟଣା  ସ୍ତବ୍ଧ କରିଦେଇଥିଲା ସାରା ଦେଶକୁ । ଅହିଂସାର ଚଳନ୍ତି ପ୍ରତିମାଙ୍କୁ ହରାଇ ମର୍ମାହତ ହୋଇଥିଲେ କୋଟିକୋଟି ଭାରତୀୟ । ତେବେ ପ୍ରତ୍ୟେକ ବର୍ଷ ୩୦ ଜାନୁୟାରୀ ଅର୍ଥାତ ଆଜିର ଦିନକୁ  ସାରା ଦେଶ ସହୀଦ ଦିବସ ଭାବରେ ପାଳନ କରିଆସୁଛି । ଦେଶ ପାଇଁ ଜୀବନ ସମର୍ପି ଦେଇଥିବା ସହୀଦଙ୍କୁ ଦେଶର କୋଣଅନୁକୋଣରେ ଜ୍ଞାପନ କରାଯାଉଛି ଶ୍ରଦ୍ଧାଞ୍ଜଳି ।

ସେପଟେ ଗାନ୍ଧୀଙ୍କ ସ୍ମୃତିରେ ବିଧାନସଭା ପରିସରରେ ସକାଳ ୧୦ଟା ୪୩ରେ ଆୟୋଜିତ ହୋଯାଇଛି ପ୍ରାଥନ ସଭା । ଏହି ଅବସରରେ ମହତ୍ମାଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଚର ମନମୋହନ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେହିପରି ବିଧାନସଭା ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପଢନ୍ତୁ: ଆଜିଠୁ ୪ ଦିନ ବ୍ୟାଙ୍କ ବନ୍ଦ

Related posts

ଚାକିରି ଖାଉଛି ମାନ୍ଦାବସ୍ଥା

Ratnamani Maharana

କଟକର ଆଇନକ୍ସରେ ‘ଛପାକ୍‌’ ଦେଖିଲେ ଓଡିଶାର ୫ ଏସିଡ୍‌ ପୀଡ଼ିତା

Ratnamani Maharana

ବଢିବ ତାପମାତ୍ରା, କମିବ ଶୀତ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More