EnewsOdia.Com

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ୧୪୪ତମ ଜୟନ୍ତୀ

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ୧୪୪ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହା ସହ ସାରା ଦେଶରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁଜରାଟର କେୱଡିୟାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ STATUE OF UNITYକୁ ଯାଇ  ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ କେୱଡିୟାରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକତାର ଶପଥ ପାଠ କରାଇଥିଲେ।

ଦେଶବ୍ୟାପୀ ଆୟୋଜିତ ହେଉଛି ରନ୍‌ ଫର ୟୁନିଟି

ଅମିତ ଶାହା ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରନ ଅଫ ୟୁନିଟିକୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଯୁବକ ସାମିଲ ହୋଇଥିବା ଜଣାଯାଇଛି। ଭୁବନେଶ୍ୱର ଓ ବାଲେଶ୍ୱରରେ ବି ଆୟୋଜିତ ହୋଇଛି ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ। ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ଭୁବନେଶ୍ୱରରେ ମଧ୍ୟ ‘ରନ୍‌ ଫର୍‌ ୟୁନିଟି’ର ଆୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଏହାକୁ ଶୁଭାରମ୍ଭ କରିଥିଲେ। ରେଲ୍‌ୱେ ଷ୍ଟାଡିୟମ୍‌ରୁ ସକାଳ ୬ଟା ୩୦ରେ ଗଣଦୌଡ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗ ଓ ବୟସର ଲୋକ ସାମିଲ ହୋଇଥିଲେ।

ପଢନ୍ତୁ: ଶ୍ୱେତପତ୍ରରେ କାଳିଆର ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

ସମ୍ବନ୍ଧିତ ଖବର

ସାମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ

Ratnamani Maharana

ଦେଶଓଡ଼ିଆ ପୁଅ ଗିରିଶ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

Ratnamani Maharana

ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ

Ratnamani Maharana

ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

Ratnamani Maharana