Entertainment

୫୩ ବର୍ଷ ବୟସରେ ପାଦ ରଖିଲେ ବଲିଉଡ୍‌ ବାଦସାହା କିଙ୍ଗ୍‌ ଖାନ୍‌

ଆଜି ନଭେମ୍ବର ୨ରେ ବଲିଉଡ୍‌ ବାଦସାହା କିଙ୍ଗ୍‌ ଖାନ୍‌ଙ୍କ ଜନ୍ମଦିନ । ୫୩ ବର୍ଷ ବୟସରେ ପଦ ରଖିଲେ ଶାହାରୁଖ । ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ଅନେକ ସମ୍ମାନର ଅଧିକାରୀ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶାହାରୁଖ୍‌ ।

ଜନ୍ମଦିନ ପାଇଁ କିଛି ଦିନ ପୂର୍ବରୁ ଖୁବ ପ୍ରସ୍ତୁତି ଚାଲୁଥିଲା । ଖୁବ ଆଡ଼ମ୍ବର ଭାବରେ ସଜାଯାଇଛି ଶାହାରୁଖଙ୍କ ମନ୍ନତକୁ । ରାତି ୧୨ଟା ପୂର୍ବରୁ ତାଙ୍କ ଘର ବାହାରେ ଫ୍ୟାନ୍ସ ଭିଡ଼ ଜମିଥିଲା । ଶାହାରୁଖଙ୍କୁ ଶୁଭେତ୍ସା ଜଣାଇବା ପାଇଁ ଫ୍ୟାନ୍ସ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଠିକ ୧୨ଟାରେ ଶାହାରୁଖ ଘରର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ।

srk

ସୂଚନାଯୋଗ୍ୟ,ଶାହାରୁଖ ଖାନଙ୍କ ଆଗାମୀ ସିନେମା ଜିରୋର ଦୁଇଟି ନୂଆ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ଅନୁସ୍କା ଶର୍ମା ଓ କ୍ୟାଟରିନା କୈଫଙ୍କ ଲୁକ୍ ସାମନାକୁ ଆସିଛି । ଆଜି ଶାହାରୁଖ ଖାନଙ୍କ ଜନ୍ମଦିନ ଅବସରରେ ସିନେମାର ଟ୍ରେଲର ରିଲିଜ କରାଯିବ । ସିନେମାର ପୋଷ୍ଟରରେ ଅନୁସ୍କା ଶର୍ମା ଏକ ହୁଇଲ ଚେୟାରରେ ବସିଥିବା ଦେଖିବାକୁ ମିଳିଛି । ଏହା ସହ ଶାହାରୁଖ ଖାନ୍ ମଧ୍ୟ ପୋଷ୍ଟରରେ ନଜର ଆସିଛନ୍ତିି । ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ । ଡ଼ିସେମ୍ବର ୨୧ରେ ରିଲିଜ ହେବ ସିନେମା । ସିନେମାରେ ଶାହାରୁଖ ଖାନ୍ ଜଣେ ବାମନ ଭୁମିକାରେ ନଜର ଆସିବେ । ସେହିଭଳି ଅନୁସ୍କା ଶର୍ମାଙ୍କୁ ଜଣେ ଦିବ୍ୟାଙ୍ଗ ଝିଅ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଶାହାରୁଖ ଏବଂ ଅନୁସ୍କା ଶର୍ମା ଏହା ପୂର୍ବରୁ ‘ରବ ନେ ବନାଦି ଯୋଡ଼ି’ ଓ ଜବ୍ ତକ୍ ହୈ ଜାନ୍ ରେ ନଜର ଆସିଥିଲେ ।

ପଢନ୍ତୁ ; ଆସାମରେ ଉଗ୍ରବାଦୀଙ୍କ ଆକ୍ରମଣ, ୫ ସାଧାରଣ ଲୋକଙ୍କ ମୃତ୍ୟୁ

Related posts

ଏକାଠି ହେବେ ବାହୁବଳୀ ଏବଂ କଟ୍ଟପା! ବାହୁବଳୀଙ୍କ ପରେ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ କଟ୍ଟପା

ENO Beuro

ବିରାଟ-ଅନୁଷ୍କାଙ୍କ ପରେ ଲଣ୍ଡନରେ ବାହା ହେବେ ବଲିଉଡର ଏହି ଅଭିନେତ୍ରୀ

ENO Beuro

ମ୍ୟାଡମ ତୁସାଦ ମ୍ୟୁଜିୟମରେ କରନ୍‌ ଜୋହର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More