CULTURES

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା,ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ

ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏନେଇ ଖୁବ୍ ଜୋର୍ ସୋରରେ ପ୍ରସ୍ତୁତି ହୋଇଛି। ଭକ୍ତମାନେ ଭଗବାନଙ୍କ ଏହି ସ୍ନାନ ଯାତ୍ରା ଦେଖିବା ପାଇଁ ଏହି ଦିନକୁ ଅନେଇ ବସିଥାନ୍ତି । ଏବଂ ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନ ସରିବା ପରେ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦିଅନ୍ତି ଭଗବାନ।

୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ବିଧି ମୁତାବକ କାଳିଆ ଠାକୁର ୩୫, ବଡ଼ ଠାକରୁ ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିବେ। ପରେ ସ୍ନାନମଣ୍ଡପରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆଜି (ଗୁରୁବାର) ସକାଳୁ ଧାଡିପହଣ୍ଡିରେ ଶ୍ରୀବିଗ୍ରହମାନଙ୍କୁ ସ୍ନାନମଣ୍ଡପକୁ ନିଆଯାଇଛି। ଝିିପିଝିପି ବର୍ଷାରେ ଭିଜି ହଜାର ହଜାର ଭକ୍ତ ଏହି ଗଜାନନ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଭିଡ଼ ଜମାଇଛନ୍ତି।

ଭୋର ୬ଟାରେ ମଙ୍ଗଳାର୍ପଣ ପରେ ୬ଟା ୧୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ଆସି ଚତୁର୍ଦ୍ଧାବିଗ୍ରହ ସକାଳ ସାଢ଼େ ୮ଟା ସୁଦ୍ଧା ସ୍ନାନମଣ୍ଡପରେ ବିରାଜମାନ କରିଥିଲେ। ଏହାପରେ ଠାକୁରଙ୍କ ମଙ୍ଗଳଆଳତୀ, ଅଧରପୋଛା ଏବଂ ଅବକାଶ ନୀତି ସମ୍ପନ୍ନ ହୋଇଛି। ସାଢ଼େ ୯ଟାରୁ ଭକ୍ତମାନେ ସ୍ନାନମଣ୍ଡପରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଠାକୁରଙ୍କ ହାତୀବେଶ ଅନୁଷ୍ଠିତ ହେବ।

ପଢନ୍ତୁ; କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ଚଣ୍ଡିଖୋଲରେ ହେବ ଭୂତଳ ତୈଳ ଭଣ୍ଡାର

Related posts

ପ୍ରତ୍ୟେକ ହିନ୍ଦୁ ଧର୍ମ ପୀଠରେ ଆଜି ପାଳନ ହେଉଛି ପବିତ୍ର “ତୁଳସୀ ବିବାହ”

ENO Beuro

ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ପାଇଁ ଜୋରସର ପ୍ରସ୍ତୁତି ପର୍ବ, ରଙ୍ଗବେରଙ୍ଗ ଡଙ୍ଗାରେ ଝଲସୁଛି ବଜାର

ENO Beuro

ଅକ୍ଷୟ ତୃତୀୟାରେ ଏହି ୫ଟି ରାଶି ବ୍ୟକ୍ତିମାନଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ!ଜାଣନ୍ତୁ ଏହି ରାଶି ସମ୍ପର୍କରେ

ENO Beuro

Leave a Comment