News

ଆଜିଠୁ ଆରମ୍ଭ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା

Untitled 1

ଆଜିଠୁ ଯୁକ୍ତ ତିନି  ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଯୁକ୍ତ ୩/ସ୍ବୟ˚ଶାସିତ କଲେଜ, ସେଲଫ୍ ଫାଇନାନ୍ସି˚(ଡିଗ୍ରି) କଲେଜ/ସ˚ସ୍କୃତ(ଶାସ୍ତ୍ରୀ) କଲେଜରେ ନାମଲେଖା ଲାଗି ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବାହ୍ନ ୧୧ଟାରେ ‘www.samsodisha.gov.in’  ରେ ଫର୍ମ ଉପଲବ୍ଧ ହେବା ପରେ ଛାତ୍ରଛାତ୍ରୀ ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ  ଜୁଲାଇ ୧୧ ତାରିଖ ଅପରାହ୍ଣ ୫ଟା ରହିଛି।

ଯୁକ୍ତ ୩ କଲେଜରେ ନାମଲେଖା ଏଥର କେବଳ ଅନ୍‌ଲାଇନରେ ହେବ । ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡିକୁ ବାଧ୍ୟତାମୂଳକ କରାଯାଇଛି । ଜଣେ ଛାତ୍ର ଅତି କମ୍‌ରେ ୫ଟି ଓ ଅତି ବେଶିରେ ୨୦ଟି କଲେଜ ପାଇଁ ଆବେଦନ କରିପାରିବେ। କମନ୍ ଆପ୍ଲିକେସନ ଫି’ କେବଳ ଅନ୍‌ଲାଇନ୍‌ରେ ଦାଖଲ କରିହେବ । ଦିବ୍ୟାଙ୍ଗ ଓ କିନ୍ନରଙ୍କୁ ଫି’ ଦେବାକୁ ପଡ଼ିବ ନାହିଁ । ଜୁଲାଇ ୧୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଣ୍ଟ ଓ ଫି’ ସାମସ ରିସୋର୍ସ ସେଣ୍ଟରରେ ଦାଖଲ କରିବେ ।

ଜୁଲାଇ ୧୮ରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ। ତାଲିକାରେ ପ୍ରକାଶିତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୪ତାରିଖ ଅପରାହ୍‌ଣ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ଅଗଷ୍ଟ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ କରାଯିବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ହେବ। ବଳକା ସିଟ୍‌ ଲାଗି ଅଗଷ୍ଟ ୧୪ରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ। ଅଗଷ୍ଟ ୨୪ରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ପଢନ୍ତୁ: ବାଲାକୋଟ ଆକ୍ରମଣ ପରେ ଚିନ୍ତାରେ ପକାଇଥିଲା ପାକ ବୁଡାଜହାଜ

Related posts

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ

ENO Beuro

ଚିଟଫଣ୍ଡ୍‌ ସିସୋର ଓ ରୋଜଭ୍ୟାଲି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ENO Beuro

ଏବେ ସରକାରୀ କିମ୍ବା ଘରୋଇ ସମ୍ପତ୍ତି ନଷ୍ଟ କଲେ କ୍ଷତିପୂରଣ ସହ ୫ ବର୍ଷ ଜେଲ ଦଣ୍ଡ

ENO Beuro

Leave a Comment