SPORTS

ଆଜିଠୁ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ: ଦୌଡରେ ସାଇନା, ସିନ୍ଧୁ ଓ ଶ୍ରୀକାନ୍ତ ସାମିଲ

slected for england turnament

ଆରମ୍ଭ ହେବାକୁ ଯାଉଛି ପ୍ରିମିୟର ସୁପର ସିରିଜ ଟୁର୍ଣ୍ଣାମେଣ୍ଟ   “ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ”। ବ୍ୟାଡମିଣ୍ଟନର ଏହି ବହୁ ପୁରାତନ ଖେଳରେ ଏଥର ଭାରତୀୟ ଖେଳାଳିମାନେ ଟାଇଟେଲ ହକଦାର ରୂପେ ଉଭା ହୋଇଛନ୍ତି। ସେହି ଦୌଡରେ ସାମିଲ ଅଛନ୍ତି ସାଇନା, ସିନ୍ଧୁ ଓ ଶ୍ରୀକାନ୍ତ। ୧୮ ବର୍ଷପରେ ଭାରତୀୟ ପ୍ରତିଯୋଗୀ ଏଥର ସ୍ଵର୍ଣ  ପଦକ ଜିତିବାର ଆଶା ଦେଖାଯାଇହି। ଏଥର ପ୍ରତିଯୋଗିତାରେ ୩ ଜଣ ଭାରତୀୟଙ୍କୁ ମାନ୍ୟତା  ମିଳିଛି। ମହିଳା ସିଙ୍ଗଲସରେ ସାଇନା  ନେହେବାଲ ଓ ପିଭି ସିନ୍ଧୁ  ଓ ପୁରୁଷ ସିଙ୍ଗଲସରେ କେ ଶ୍ରୀକାନ୍ତ  ବିପର୍ଜୟ ସୃଷ୍ଟି କରିବାର ଦକ୍ଷତା ରଖିଛନ୍ତି।

୨୦୧୫ରେ ସାଇନ ନେହେବାଲଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ ସ୍ପେନର କାରୋଲିନା ଏଥର ସେ ଆଣ୍ଠୁରେ ଅସ୍ତ୍ରୋପଚାର  କରି ବିଶ୍ରାମ ନେଉଛନ୍ତି। ଏଥର ପ୍ରତିଯୋଗିତାରେ ସାଇନା ସବୁଠୁ ସିନିୟର ଓ ଅଭିଜ୍ଞ। ୨୦୧୭ ବିଶ୍ଵ ଚାମ୍ପିୟନସିପ ପଦକ ଜିତିବା ପରଠାରୁ ସାଇନାଙ୍କ ପ୍ରଦର୍ଶନ  ଭଲ ରହିଛି।
ସାଇନା ପ୍ରଥମ ରାଉଣ୍ଡରେ ସ୍କଟଲାଣ୍ଡର କ୍ରିଷ୍ଟି ଗିଲମୋରଙ୍କୁ, ସିନ୍ଧୁ ଦକ୍ଷିଣ କୋରିଆର ସୁଂ ଜି ହ୍ୟୁନ ଓ ଶ୍ରୀକାନ୍ତ ଅଣ ସିଡେଡ ଖେଳାଳି ଫ୍ରାନ୍ସର ଲେଭରଡେଜେଙ୍କୁ ଭେଟିବାର ସୂଚନା ରହିଛି।

ପଢନ୍ତୁ: ଆଜି ଦ୍ୱିତୀୟ ଦିନିକିଆ: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ

 

Related posts

ବଲ୍‌ ଟ୍ୟାମ୍ପରିଂ: ଅଧିନାୟକ ଓ ଉପ ଅଧିନାୟକ ପଦରୁ ବିଦା ହେଲେ ସ୍ମିଥ, ୱାର୍ନର

ENO Beuro

ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ:ଶ୍ରୀଲଙ୍କାକୁ ହରାଇଲା ଭାରତ

ENO Beuro

ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷରେ କୋହଲି, ପୂଜାରା ତୃତୀୟ

ENO Beuro

Leave a Comment