ଆଜିଠୁ ବଜେଟ ଅଧିବେଶନ ! ଫେବୃଆରୀରେ ଜେଟଲୀଙ୍କ ଉପସ୍ଥାପନ

 ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ;

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ  ଆଜି ବଜେଟ ଅଧିବେଶନ ଆରମ୍ଭ ହେବ । ସଂସଦର ସେଣ୍ଟ୍ରାଳ ହଲରେ ରାମନାଥ କୋବିନ୍ଦ ପୂର୍ବାହ୍ନ ୧୧ଟାରେ ଅଭିଭାଷଣ ପ୍ରଦାନ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ସରକାର ଇକୋନୋମିକ ସର୍ଭେ ମଧ୍ୟ ଉପସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହା ୪ର୍ଥ ପୂର୍ଣ୍ଣ ବଜେଟ ହୋଇଥିବା ବେଳେ ଦ୍ରବ୍ୟ ଓ ସେବା କର(ଜିଏସଟି) ଲାଗୁ ହେବା ପରେ ପ୍ରଥମ ବଜେଟ । ସେହିଭଳି ସାଧାରଣ ନିର୍ବାଚନ ୨୦୧୯ ପୂର୍ବରୁ ଏହା ହେଉଛି ଶେଷ ବଜେଟ ହୋଇଥିବାରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ ଉପସ୍ଥାପନା କରିବେ ।ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏହା ହେବ ପ୍ରଥମ ଅଭିଭାଷଣ । ରାଷ୍ଟ୍ରପତିଙ୍କ ଅଭିଭାଷଣ କେନ୍ଦ୍ର ସରକାରଙ୍କ କାଗଜପତ୍ର ହୋଇଥାଏ । କାରଣ ବିଗତ ବର୍ଷର ଅନୁଭୂତିକୁ ଦୃଷ୍ଟିରେ ରଖି ଆଗାମୀ ଆର୍ଥିକ ବର୍ଷ ପାଇଁ ରୂପରେଖ ପ୍ରସ୍ତୁତ ହୋଇଥାଏ । ରାଷ୍ଟ୍ରପତିଙ୍କ ଅଭିଭାଷଣ ମାଧ୍ୟମରେ ସରକାରଙ୍କ ଯୋଜନା, ଲକ୍ଷ୍ୟ ଓ ଏଜେଣ୍ଡା ପ୍ରସ୍ତୁତ ହୋଇଥାଏ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରି ୨୯ରୁ ଆରମ୍ଭ ହୋଇ ଫେବୃଆରି ୯ ପର୍ଯ୍ୟନ୍ତ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୬ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ।

ବଜେଟ ଅଧିବେଶନ ପୂର୍ବରୁ ରବିବାରଦିନ ସର୍ବଦଳୀୟ ବୈଠକ ବସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ସଂସଦୀୟ କାର୍ଯ୍ୟମନ୍ତ୍ରୀ ଅନନ୍ତ କୁମାର, କଂଗ୍ରେସର ମଲ୍ଲିକାର୍ଜୁନ ଖଡ଼ଗେ, ସମାଜବାଦୀ ନେତା ମୁଲାୟମ ସିଂହ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ଡି ରାଜା, ତୃଣମୂଳ କଂଗ୍ରେସରୁ ଡେରେକ ଓବ୍ରାୟନ, ସୁଦୀପ ବନ୍ଦୋପଧ୍ୟାୟ, ଡିଏମକେରୁ କଣିମୋଇ ଆଦି ଉପସ୍ଥିତ ଥିଲେ ।

ପଢନ୍ତୁ ;

ଆଇପିଏଲ ନିଲାମୀ ବିଷୟରେ ସମସ୍ତେ ଜାଣନ୍ତି ! ହେଲେ ନିଲାମ କିଏ କରୁଛନ୍ତି ଜାଣନ୍ତି କି ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More