ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ

ଆଜି ଆଷାଢ ଶୁକ୍ଳ ହରିଶୟନ ଏକାଦଶୀ। ରଥାରୂଢ ଚତୁର୍ଦ୍ଧା ବିଗ୍ରହଙ୍କ ଅନୁଷ୍ଠିତ ହେବ ସୁନାବେଶ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଝଟକିବେ ମହାପ୍ରଭୁ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି।

ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଠାରୁ ମରଚିର୍କୋଟ ପର୍ଯ୍ୟନ୍ତ ବାରିଗେଟ୍ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁ ମାନେ ବାରିଗେଟ୍ ମଧ୍ୟ ଦେଇ ରଥରେ ସୁନାବେଶ ଦର୍ଶନ କରିବେ। ଶ୍ରୀଜୀଉମାନେ ଶ୍ରୀମନ୍ଦିର ଭିତରେ ବର୍ଷକୁ ୪ଥର ସୁନାବେଶରେ ଦର୍ଶନ ଦେଉଥିବା ବେଳେ ରଥ ଉପରେ ଗୋଟିଏ ଦିନ ସୁନା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

ଅପରାହ୍ନ ୫ଟାରୁ ଠାକୁରଙ୍କ ସୁନାବେଶ ଆରମ୍ଭ ହେବ। ସଂଧ୍ୟା ୬ଟା ୩୦ ପରଠୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନା ବେଶ ଦର୍ଶନ କରିବେ। ସୁନାବେଶ ଦର୍ଶନ ଲାଗି ପୁରୀରେ ୮ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଥିବାରୁ ଶୃଙ୍ଖଳିତ ଦର୍ଶନ ଓ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସାରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି।

ପଢନ୍ତୁ;ପୂଜା କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ମିଳିବ ଭଗବାନଙ୍କ ଆର୍ଶୀବାଦ!

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More