CULTURES

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସୁନାବେଶ

sunabhesa

ସୋମବାର ପୌଷପୁର୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ପୂଷ୍ୟାଭିଷେକ ଉତ୍ସବ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ଭିତରେ ଅନ୍ୟତମ।

sunabhesa

ପୌରାଣିକ ତଥ୍ୟ ଅନୁସାରେ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୌଷ ପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ୧୦୮ ଗରା ଘିଅ ମିଶ୍ରିତ ଜଳରେ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ। ଏହାପରେ ଶ୍ରୀବିଗ୍ରହମାନଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ସୁନାବେଶ ଅନୁଷ୍ଠିତ ହୋଇଥାଏ। ବର୍ଷକ ମଧ୍ୟରେ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହି ସୁନାବେଶ ଅନ୍ୟତମ।

ମହାପ୍ରଭୁଙ୍କର ବର୍ଷକୁ 5 ଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । 4 ଥର ରତ୍ନ ସିଂହାସନ ଉପରେ ଓ ରଥଯାତ୍ରାରେ ରଥ ଉପରେ ରାଜାଧିରାଜବେଶ ଅନୁଷ୍ଠିତ ହୋଇଥାଏ।

ପଢନ୍ତୁ; ରାଜଧାନୀରେ ପ୍ରଥମ ଘଟଣା: ବାନ୍ଧବୀଙ୍କ ଗଳା କାଟି ହତ୍ୟା କଲେ ଯୁବତୀ

Related posts

ଆଜି ପବିତ୍ର ଅକ୍ଷୟ ତୃତୀୟା

ENO Beuro

ଆଜି ପବିତ୍ର ବଡଓଷା , ଧବଳେଶ୍ଵର ସମେତ ଅନେକ ଶୈବ ପୀଠରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା

ENO Beuro

ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ENO Beuro

Leave a Comment