News

ଆଜି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଦେଖାଯିବ ରକ୍ତ-ନୀଳ ଜହ୍ନ

ଆଜି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ସଂଧ୍ୟା ୫ଟା ୧୮ରେ ଚନ୍ଦ୍ର ଗ୍ରହଣ ହେଉଥିବା ବେଳେ ଏହା ଶେଷ ହେବ ରାତି ୮ଟା ୪୦ ମିନିଟରେ । ଏହି ମହାଜାଗତିକ ସାରା ଭାରତରେ ଦୃଶ୍ୟମାନ ହେବ । ଅନ୍ୟପଟେ ଏହି ଗ୍ରହଣ ଆଉ ଅନେକ କାରଣରୁ ବି ନିଆରା । ଏହି ପୂର୍ଣ୍ଣମୀ ଜହ୍ନକୁ ବିଜ୍ଞାନୀମାନେ ନାଁ ଦେଇଛନ୍ତି, “ନୀଳ-ଲୋହିତ ସୁପରମୁନ୍” ।

ଏହି ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ନୀତି ନିର୍ଘଣ୍ଟ ପାଇଁ ପ୍ରସ୍ତୁତ କରାଯାଇଛି । ସକାଳ ୬ଟା ୨୬ମିନିଟ ୭ସେକେଣ୍ଡ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି । ନୀତିକୁ ଶୃଙ୍ଖଳିତ କରିବା ପାଇଁ ରାତି ୧୨ଟା ୨୦ରେ ଦ୍ୱାର ଫିଟାଇବାକୁ ନୀତି ନିର୍ଘଣ୍ଟ ହୋଇଥିବାରୁ ସାଢ଼େ ୯ଟାରେ ପହୁଡ଼ ହୋଇଛି । ଭିତରଶୋଧ ୧୨ଟା ୪୦ରେ ହେବାକୁ ଥିବା ବେଳେ ୧୨ଟା ୫୦ରେ ମଙ୍ଗଳ ଆଳତି ଓ ମଇଲମ ପରେ ଅନ୍ୟାନ୍ୟ ନୀତି ପରେ ୬ଟା ୨୬ରେ ପାକତ୍ୟାଗ ସହ ନୀତି ଶେଷ ହେବ ।

ଜାଣନ୍ତୁ ଆଜି ସନ୍ଧ୍ୟାରେ ଦେଖାଯିବାକୁ ଥିବା ଚନ୍ଦ୍ରଗ୍ରହଣ ବିଷୟରେ ;

୨୦୧୮ର ପ୍ରଥମ ଗ୍ରହଣ ହେବ ଏହି ବିରଳ ଚନ୍ଦ୍ରଗ୍ରହଣ । ପୂର୍ବ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦେଖାଯିବ । ଦେଶ ଓ ତଥା ଓଡିଶାରେ ଚନ୍ଦ୍ରଟି ମିଳିତ ଲାଲ ରଙ୍ଗର ଦେଖିବାକୁ ମିଳିବ । ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ନ ୪ଟା ୨୧ ମିନିଟରେ ପ୍ରବେଶ କରିବ ଓ ରାତି ୯ଟା ୩୮ ମିନିଟରେ ଉପଛାୟାରୁ ସମୂର୍ଣ୍ଣ ବାହାରିଯିବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୬ଟା ୨୧ ମିନିଟରୁ ୭ଟା ୩୭ ମଧ୍ୟରେ ଦେଖାଯିବ । ଭାରତ ଓ ଓଡିଶାରେ ଏହି ଗ୍ରହଣ ଦୃଶ୍ୟମାନ ହେବ । ଜ୍ୟୋତିଷଙ୍କ ମତ ଅନୁସାରେ, ଗ୍ରହଣ କର୍କଟ ରାଶି ଓ ଅଶ୍ଳେଷା ନକ୍ଷତ୍ରରେ ହେବ । ଚନ୍ଦ୍ରଗ୍ରହଣ ସମୟରେ ଦେବାନୀତିକୁ ନିଷେଧ କରାଯାଇଛି । ଏହି ସମୟରେ ଜପଧ୍ୟାନ ଓ ସାଧାନା କରିବା ଫଳପ୍ରଦ ବୋଲି କୁହାଯାଇଛି । ଏଭଳି ମହାଜାଗତିକ ଦୃଶ୍ୟକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ । ପୂର୍ବ ଗୋଲାର୍ଧରେ ଏଭଳି ବିରଳ ଦୃଶ୍ୟ ୧୯୮୨ରେ ଦେଖିବାକୁ ମିଳିଥିଲା ।

ଏଥିପାଇଁ କଣ ସତର୍କତା ଅବଲମ୍ବନ କରିବେ ଜାଣନ୍ତୁ –

ଏହି ସମୟରେ କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଭଗବାନଙ୍କୁ ସ୍ମରଣ କରନ୍ତୁ । ଗ୍ରହଣ ସରିବା ପରେ ସ୍ନାନ କରିନିଅନ୍ତୁ । ଏହା ପରେ କିଛି ଦାନଧର୍ମ କରନ୍ତୁ । ଗ୍ରହଣର ନିୟମ ରୋଗୀ, ବୃଦ୍ଧ ଓ ଶିଶୁଙ୍କ ଉପରେ ଲାଗୁ ହୋଇନଥାଏ । ସକାଳ ୬ଟା ୨୬ମିନିଟ୍ ୭ସେକେଣ୍ଡ ଠାରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ହୋଇଛି ।

ଆଜି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଦେଖାଯିବ ରକ୍ତ-ନୀଳ ଜହ୍ନ Super blue blood moon

ପଢନ୍ତୁ ;

ଆଇପିଏଲ୍‌ରେ ଖେଳିବେ ସେହ୍ବାଗଙ୍କ ଭଣଜା

Related posts

କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଗୋଟିଏ ଦିନର ଦରମା ଦାନ କଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

ENO Beuro

ଓଡ଼ିଆରେ ରାଜ୍ୟସଭାରେ ଶପଥ ପାଠ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ!

ENO Beuro

ହାଜର ହେଲେନି ଆୟାର,ଚିଠି ଲେଖି କ୍ଷମା ମାଗିଲେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More