News

ଆଜି ଏପ୍ରିଲ ୧: ଉତ୍କଳ ଦିବସ

ଓଡିଆମାନଙ୍କର ଦିବସ ଉତ୍କଳ ଦିବସ

ଆଜି ଏପ୍ରିଲ ୧  ଉତ୍କଳ ଦିବସ, ଓଡିଶା ଦିବସ। ଓଡିଆମାନଙ୍କ ପାଇଁ ଏକ ଗର୍ବର ଦିବସ ଏହି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା। ଭାଷା ଭିତ୍ତିରେ  ରାଜ୍ୟ ଗଠନ ହେବାରେ ଭାରତର ପ୍ରଥମ ରାଜ୍ୟ ଓଡିଶା। ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ଦେହାନ୍ତ ପରେ ଓଡ଼ିଶାକୁ ବ୍ରିଟିଶ ଶାସନରୁ ଅଲଗା ଏକ ସ୍ଵତନ୍ତ୍ର ରାଜ୍ୟ ଗଠନ ପାଇଁ ମଧୁସୂଦନ ଦାସ, ଫକିର ମୋହନ ସେନାପତି, ଗଙ୍ଗାଧର ମେହେର, ନୀଳକଣ୍ଠ ଦାସ, ଓ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ତେଜିଥିଲା ଆନ୍ଦୋଳନ । ଶେଷରେ ଓଡ଼ିଶାକୁ  ଏପ୍ରିଲ ୧ରେ ମିଳିଥିଲା ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା।

ତେବେ ଏହି ଦିବସକୁ ମନେ ରଖିବାନିମନ୍ତେ ସାରା ଓଡିଶା ପାଳନ କରେ ଉତ୍କଳ ଦିବସ। ତେବେ ଏହିଦିନଟିକୁ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଗଠନର କର୍ଣାଧାରମାନଙ୍କୁ ସମ୍ମାନ ଅର୍ପଣ କରି ଉତ୍କଳ ଦିବସ ପାଳନ କରାଯାଉଛି।

ପଢନ୍ତୁ: କୋଟିଆବାସୀ କାହାର ? ଓଡ଼ିଶାର ନା ଆନ୍ଧ୍ରର

 

Related posts

ସ୍କର୍ପିଓ ଧକ୍କାରେ ମହିଳାଙ୍କ ମୃତ୍ୟୁ

ENO Beuro

ଘାଟିକୁ ଖସିଲା ବସ୍, ୧୧ ମୃତ

ENO Beuro

କାରରେ ବାଧ୍ୟତାମୂଳକ ହେବ ଉନ୍ନତ ସୁରକ୍ଷା ସୁବିଧା – କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ

ENO Beuro

1 comment

Leave a Comment