News

ଆଜି ବିଶ୍ଵ ପରିବେଶ ଦିବସ

En

ଆଜି ବିଶ୍ୱ ପରିବେଶ ଦିବସ । ସମଗ୍ର ବିଶ୍ୱ ପରିବେଶର ସୁରକ୍ଷା ପାଇଁ ପ୍ରତି ବର୍ଷ ଜୁନ୍‌ ୫ ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ଏଥିପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ବିଭିନ୍ନ ଶିଳ୍ପ ନାଁରେ ଦୈନିକ ବହୁ ସଂଖ୍ୟାରେ ଗଛ କଟାଯାଉଛି । ବନ୍ଦର ସଂପ୍ରସାରଣ ପାଇଁ ସଂରକ୍ଷିତ ହେନ୍ତାଳ ବଣକୁ ମଧ୍ୟ କାଟି ସଫା କରାଯାଉଛି । ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିବେଶବିତ୍‌। ଏହି ଅବସରରେ ବେଳାଭୂମିରେ ସଚେତନ ଭିତ୍ତିକ ବାଲୁକାକଳା ନିର୍ମାଣ କରିଛନ୍ତି ଓଡିଶାର ଦୁଇ ଆନ୍ତଃର୍ଜାତିକ ବାଲୁକାଶିଳ୍ପୀ  ସୁଦର୍ଶନ ପଟ୍ଟନାୟକ ଓ ମାନସ କୁମାର ସାହୁ।

ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ବାୟୁ ପ୍ରଦୂଷଣ ଆମର ଶରୀର ଓ ପୃଥିବୀକୁ କ୍ଷତି ପହଞ୍ଚାଇଥାଏ ଏହି ବାର୍ତ୍ତା ଦେଇ ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  | ଗଛ ଲଗାଇବା ସହ ବାୟୁ ପ୍ରଦୂଷଣକୁ ମାତ ଦେବାକୁ ସେ ନିଜ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି |

Su

 

ମାନସ କୁମାର ସାହୁଙ୍କ ବାଲୁକା କଳା

ଲୋକମାନଙ୍କୁ ସଚେତନ କରାଇବା ନିମନ୍ତେ ବାଲୁକାକଳା ମାଧ୍ୟମରେ ଜନ ସମାଜକୁ ସଚେତନ କରାଇଛନ୍ତି ପ୍ରସିଦ୍ଧ ଆର୍ନ୍ତଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ।ମାନସ ଏହି ବାଲୁକାକଳାରେ ଦର୍ଶାଇଛନ୍ତି, ଵୃକ୍ଷ ହିଁ ସବୁଠାରୁ ମୂଲ୍ୟବାନ ସମ୍ପଦ, ବୃକ୍ଷ ରୋପଣ କରିବା ଏବଂ ସୁରକ୍ଷିତ ରଖି ସାରା ବିଶ୍ୱକୁ ସବୁଜମୟ କରିବାକୁ କହିଛନ୍ତି ।  ମାନସ ଏହି ବାଲୁକାକୃତିରେ let’s save the environment together ର ଵାର୍ତ୍ତା ଦେଇଛନ୍ତି ।

Ma

ପଢନ୍ତୁ: ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

Related posts

ଋଣ ସୁଝିବା ପାଇଁ ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

Ratnamani Moharana

ଗଞ୍ଜାମ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ, ୨୭ ବଖରା ଘର ଜଳିପୋଡ଼ି ପାଉଁଶ

ENO Beuro

ଦୁଇଦିନ ବାରଣାସୀରେ ଗସ୍ତରେ ମୋଦୀ,୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ

ENO Beuro

Leave a Comment