ଆଜି ବିଶ୍ୱ ପରିବେଶ ଦିବସ !

ପରିବେଶ ସୁରକ୍ଷା ସହିତ ପୃଥିବୀର ସୁରକ୍ଷା ସିଧାସଳଖ ଜଡିତ

ଯେଉଁ ପରିବେଶ ଆମକୁ ବଂଚିବାକୁ ସମସ୍ତ ଉପାଦାନ ଦେଉଛି ତାହାକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ ଅଟେ । ପରିବେଶକୁ ସୁରକ୍ଷା ରଖିବା ଏହା ଆମ ଉପରେ ନିର୍ଭର କରୁଛି । ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଂପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍ ୫କୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି । ପରିବେଶ ସୁରକ୍ଷା ସହିତ ପୃଥିବୀର ସୁରକ୍ଷା ସିଧାସଳଖ ଜଡିତ ।

ବର୍ତମାନ ସ୍ଥିତିରେ ବିଶ୍ୱରେ ପ୍ଲାଷ୍ଟିକ ଜିନିଷ ବ୍ୟବହାର ପ୍ରଚୁର ହୋବାରୁ ପରିବେଶ ଅଧିକ ଦୁଷିତ ହେବାରେ ଲାଗିଛି । ଯାହା ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ହୋଇ ରହିଛି । ଏନେଇ ସବୁଠି ପରବେଶ ସମ୍ପର୍କିତ ସଚେନତତା କରାଯାଉଥିବା ଦେଖିବାକୁ ମିଳିଛି । ଗତକାଲି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏନେଇ ବାଲିରେ ଅଦରାକରୀ ପ୍ଲଷ୍ଟିକ ଜିନିଷ କୁ ନେଇ ଏକ ବିଶାଳ କଇଁଛ ନିର୍ମାଣ କର ପରିବେଷ ସଚେତନତା ଉପରେ ବାର୍ତା ଦେଇଛନ୍ତି ।

ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏ ବର୍ଷର ବାର୍ତ୍ତା ହେଉଛି ପ୍ଲାଷ୍ଟିକ ପ୍ରଦୂଷଣକୁ ପରାସ୍ତ କର । ୧୯୮୭ରୁ  ଆବାହାକ ରାଷ୍ଟ୍ର ମାଧ୍ୟମରେ  ଏସବୁ କରାଯାଇଛି । ଆଉ ଚଳିତ ବର୍ଷର ଆବାହକ ରାଷ୍ଟ୍ର ହେଉଛି ଭାରତ ।   ଏହି  ଉପଲକ୍ଷେ ପୃଥିବୀ ସଙ୍ଗୀତ ଗାନ କରାଯାଏ  । ଭାରତୀୟ କବି ଅଭୟ କୁମାର ୨୦୧୩ରେ ଏହି ଗୀତ ରଚନା କରିଥିଲେ ।

ପଢନ୍ତୁ ;

ନିଜକୁ ଆଇଏଏସ ଅଫିସର କହି ବାହା ହେଉଥିଲେ !

ବର୍ତମାନ ସ୍ଥିତିରେ ବିଶ୍ୱରେ ପ୍ଲାଷ୍ଟିକ ଜିନିଷ ବ୍ୟବହାର ପ୍ରଚୁର ହୋବାରୁ ପରିବେଶ ଅଧିକ ଦୁଷିତ ହେବାରେ ଲାଗିଛି - 4.5

90%

 ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ - 4.6

91%
4.5/5

Excellent!

ଆଜି ବିଶ୍ୱ ପରିବେଶ ଦିବସ !

ଯେଉଁ ପରିବେଶ ଆମକୁ ବଂଚିବାକୁ ସମସ୍ତ ଉପାଦାନ ଦେଉଛି ତାହାକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ ଅଟେ । ପରିବେଶକୁ ସୁରକ୍ଷା ରଖିବା ଏହା ଆମ ଉପରେ ନିର୍ଭର କରୁଛି । ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଂପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍ ୫କୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି ।

No Votes Yet

You're not rated yet