ଆଜି ବିଶ୍ୱ ପଖାଳ ଦିବସ , ଓଡିଆଙ୍କ ପ୍ରିୟ ଖାଦ୍ୟ

ଆଜି ହେଉଛି ପଖାଳ ଦିବସ

ପ୍ରତ୍ୟେକ ଓଡ଼ିଆଙ୍କ ଏହି ପ୍ରିୟ ସ୍ୱାଦିଷ୍ଟ ବ୍ୟଞ୍ଜନକୁ ନେଇ ବଲାଙ୍ଗିରରୁ ବାଙ୍ଗାଲୁର ଆଉ ମୟୂରଭଞ୍ଜରୁ ମୁମ୍ବାଇ ଯାଏ ଓଡ଼ିଆଙ୍କ ମନରେ ରହିଛି ପଖାଳ ଖାଇ ଏହି ଦିବସଟିକୁ ମନାଇବାର ସରାଗ। ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଏ। ତେବେ କେବେ ଭାବିଛନ୍ତି କି ଏହି ପଖାଳ ଶବ୍ଦଟି ଆସିଛି କେଉଁଠୁ ? ପଖାଳ ଶବ୍ଦଟି ପାଲି ଭାଷାର ପଖାଳିବା ଶବ୍ଦରୁ ଆସିଛି,ଯାହାର ଅର୍ଥ ହେଉଛି ଧୋଇବା।

ସମୟକ୍ରମେ ଓଡିଆମାନଙ୍କ ଅନେକ ବିଶେଷତା ପାଶ୍ଚାତ୍ୟାଭୂମୁଖି ହେବା କାରଣରୁ ଲୋପ ପାଇଗଲାଣି, କିନ୍ତୁ ପଖାଳ ଆଜି ମଧ୍ୟ ନିଜର ଗାରିମା ବଜାୟ ରଖିଛି। ଖାଲି ଓଡିଶାରେ କାହିଁକି ପଶ୍ଚମବଙ୍ଗ, ଛତିଶଗଡ ଓ ଆସାମରେ ମଧ୍ୟ ପଖାଳର ଚାହିଦା ରହିଛି। ଆପଣ ଜାଣିଲେ ଚକିତ ହେବେ କି ଆମର ଇଷ୍ଟଦେବ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଏହା ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ।

ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ । ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବଙ୍ଗଳାଦେଶରେ ଖିଆଯାଇଥାଏ । ଏହାକୁ ବଙ୍ଗଳାରେ”ପନ୍ତ ଭାତ” ଓ ଭୋଜପୁରୀରେ “ମାରା ଭାତ” ବୋଲି କୁହାଯାଏ । ଏହି ଦିବସକୁ ସଭିଏଁ ପଖାଳ ଖାଇ ପାଳନ କରିଥାନ୍ତି।

ପଢନ୍ତୁ;

ହୃତପିଣ୍ଡକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ନିୟମ!

ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । - 8.6

86%

ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । - 8.8

88%
8.7/10

Very Good!

ଆଜି ବିଶ୍ୱ ପଖାଳ ଦିବସ , ଓଡିଆଙ୍କ ପ୍ରିୟ ଖାଦ୍ୟ

ପ୍ରତ୍ୟେକ ଓଡ଼ିଆଙ୍କ ଏହି ପ୍ରିୟ ସ୍ୱାଦିଷ୍ଟ ବ୍ୟଞ୍ଜନକୁ ନେଇ ବଲାଙ୍ଗିରରୁ ବାଙ୍ଗାଲୁର ଆଉ ମୟୂରଭଞ୍ଜରୁ ମୁମ୍ବାଇ ଯାଏ ଓଡ଼ିଆଙ୍କ ମନରେ ରହିଛି ପଖାଳ ଖାଇ ଏହି ଦିବସଟିକୁ ମନାଇବାର ସରାଗ। ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଏ।

No Votes Yet

You're not rated yet