HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

rasiphola

ମେଷ

ଆଜି ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ। ଉନ୍ନତିର ନୂଆ ରାସ୍ତା ମିଳିବ। କର୍ମକ୍ଷେତ୍ରରେ କାହାରିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ। ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥତା ଏବଂ ସତେଜ ରହିବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଦିନ ଲାଭଦାୟୀ ରହିବ। ଶୁଭରଙ୍ଗ: ଧୂସର

ବୃଷ

ଆଜି ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ଆର୍ଥିକ ଲାଭ ପ୍ରାପ୍ତିର ଆଶା ଅଛି। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସମସ୍ତଙ୍କର ସହଯୋଗ ମିଳିବ। ଶୁଭରଙ୍ଗ: ଧଳା

ମିଥୁନ

ଆତ୍ମସମୀକ୍ଷାରେ ସମୟ ବିତିବ।  ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ।  ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ

କର୍କଟ

ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଜମି, ବାହନ ଆଦିର ସଉଦା କରିବା କିମ୍ବା ତାହାର କାଗଜପତ୍ର ବନାଇବାରୁ ଆଜି ଦୂରରେ ରହିବାକୁ ଉପଦେଶ। ଶୁଭରଙ୍ଗ: ଧଳା

ସିଂହ

ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଆର୍ଥିକ ପକ୍ଷରେ ଯଥେଷ୍ଟ ସୁଧାର ଆସିବ। ନିୟନ୍ତ୍ରିତ ବାଣୀ ଆପଣଙ୍କୁ ବହୁତ ଅସୁବିଧାରୁ ବଞ୍ଚାଇବ।  ବିଦ୍ୟାର୍ଥିମାନଙ୍କପାଇଁ ଅଧ୍ୟୟନରେ ମନ କମ ଲାଗିବ। ଶୁଭରଙ୍ଗ: ଧଳା

କନ୍ୟା

ଆଜି ଆପଣ ମନର ଇଚ୍ଛା ପୂରା କରିବା ପାଇଁ ଧୢାନ ଦିଅନ୍ତୁ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ।  ଶୁଭରଙ୍ଗ: ଆକାଶୀ ନୀଳ

ତୁଳା

ସଫଳତାର ନୂଆ ପାହାଚରେ ପାଦ ରଖିବେ। ବ୍ୟବସାୟରେ ଭାଗିଦାରୀଙ୍କଠାରୁ ଲାଭ ମିଳିବ। ସହ ମାନ-ସମ୍ମାନ ମିଳିବ। ମିକାଙ୍କୁ ଉପହାର ଦେଇପାରନ୍ତି। କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଶୁଭରଙ୍ଗ: ଧଳା

ବିଛା

ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। କର୍ତ୍ତୃପକ୍ଷ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିବ। ସନ୍ତାନଙ୍କ ଠାରୁ ସୁଖ ମିଳିବ। ଶୁଭରଙ୍ଗ: ବାଦାମୀ।

ଧନୁ

ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ନିଜ କାମ ମନଯୋଗ ସହକାରେ କରିବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଆୟର ନୂଆ ସ୍ରୋତ ମିଳିବ। ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ: ଗୋଲାପି।

ମକର

ଆଜି ଆପଣ ଏକାଗ୍ରତା ଅନୁଭବ କରିବେ। ନିଜର କାମକୁ ଭଲ ଭାବରେ କରିବାର ପ୍ଲାନିଂଗ କରିପାରନ୍ତି। କଚେରୀର କାମରେ ଅତ୍ୟଧିକ ସାବଧାନ ରହିବାର ଆବଶ୍ୟକତା ଅଛି। ଶୁଭରଙ୍ଗ: ଘିଅ ରଙ୍ଗ

କୁମ୍ଭ

ଆଜିର ଗ୍ରହ ଚଳନ ହେତୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ତାୟମାନ।ବନ୍ଧୁମାନଙ୍କ ତଥା ମିତ୍ରମାନଙ୍କ ଆପଣଙ୍କ ପାଖକୁ ଆଗମନ ହେବାରେ ଆନନ୍ଦ ଅନୁଭବ ହେବ।  କାର୍ଯ୍ୟ କ୍ଷେତ୍ରରେ ପରିସର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ। ଶୁଭରଙ୍ଗ: ନୀଳ

ମୀନ

ଆଜି ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ସହାୟତା ମିଳିବ । ଯଦି ଆପଣ କିଛି ଅସୁବିଧାରେ ପଡ଼ିଛନ୍ତି ତାହାହେଲେ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଇପାରନ୍ତି । ଶୁଭରଙ୍ଗ: ଧଳା

ପଢନ୍ତୁ: ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର କିଛି ସରଳ ଉପାୟ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଜୁଲାଇ ୭ ଶନିବାର:ଜାଣନ୍ତୁ ଆଜିର ରାଶିଫଳ

ENO Beuro

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

Leave a Comment