HOROSCOPES

କେମିତି କଟିବ ଆଜିର ଦିନ? ଆସନ୍ତୁ ଜାଣିବା ଆଜିର ରାଶିଫଳ

horoscope

ମେଷ

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଟେ। ଛାତ୍ରଛାତ୍ରୀମାନଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ହଠାତ ବ୍ୟବସାୟରେ ଲାଭବାନ ହେବେ। ବାବା ଆଖଣ୍ଡଳମଣୀଙ୍କ ପୂଜା କଲେ ଶୁଭ ଫଳ ମିଳିବ। ଶୁଭରଙ୍ଗ: ଧଳା ।

ବୃଷ

ସବୁ ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତିମନକଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ଚାକିରି କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ। ପରିବାରରେ ସୁଖସାନ୍ତି ଲାଗି ରହିବା। ଆଜିର ଦିନରେ ଲକ୍ଷ୍ମୀଙ୍କର ପୂଜା କଲେ ଶୁଭ ଫଳ ମିଳିବ। ଶୁଭରଙ୍ଗ: ଗୋଲାପି

ମିଥୁନ

ଧାର୍ମିକ କର୍ମରେ ମନ ବଳାଇବେ। ଚାକିରିରେ ପଦ୍ଦୋନ୍ନୋତି ମିଳିବ। ପାରିବାରିକ ସମାରୋହରେ ସାମିଲ ହୋଇପାରନ୍ତି। ମାଆ ଗାୟତ୍ରୀଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ଗାଢ ଲାଲ

କର୍କଟ

ଆଜିର ଦିନରେ ଯେ କୌଣସି ନିଷ୍ପତି ନେବା ପୂର୍ବରୁ ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ଆଜି ସମାଜ ସେବାରେ ମନୋନିବେଶ କରିବେ। ଭଗବାନ କୃଷ୍ଣଙ୍କ ନାମ ଜପ କରନ୍ତୁ ଶୁଭ ଖବର ପ୍ରାପ୍ତ ହେବ। ଶୁଭରଙ୍ଗ: ନୀଳ

ସି˚ହ

ଆଜିର ଦିନଟି ଆପଣଙ୍କ ପାଇଁ ବେଶ ଭଲ ଅଟେ। ଆଜି ଅତି ନିଜର ବନ୍ଧୁଙ୍କ ସହ ସାକ୍ଷାତ ହେବ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ମାଆ ଦୁର୍ଗାଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ବାଦାମୀ

କନ୍ୟା

ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ସରକାରୀ କାମରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ମରଣ କରନ୍ତୁ ଦିନଟି ଭଲରେ କାଟିବ । ଶୁଭରଙ୍ଗ: ଧଳା

ତୁଳା

ପ୍ରତିଟି କ୍ଷେତ୍ରରେ ଆଜି ଆପଣଙ୍କୁ ଶୁଭ ଫଳ ମିଳିବ। ପାରିବାରିକ ସହଯୋଗ, କର୍ମ କ୍ଷେତ୍ରରେ ସହଯୋଗିତା ଓ ପ୍ରେମରେ ଜୀବନସାଥୀର ଭଲପାଇବା ପାଇବେ।
ମାଆ ସୁରେଶ୍ବରୀଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ନୀଳ

ବିଛା

ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ଫଳ ମିଳିବ। ପୂର୍ବ ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ପୁରୁଣା କଥା ଭୁଲି ଆଗକୁ ବଢନ୍ତୁ। ହର ପାର୍ବତୀଙ୍କ ପୂଜା କରନ୍ତୁ ଶୁଭ ଫଳ ମିଳିବ। ଶୁଭରଙ୍ଗ: ପାଉଁସିଆ ଧଳା

ଧନୁ

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ପ୍ରେମରେ ସଫଳତା ମିଳିବ। ମାଆ କୀଚକେଶ୍ବରୀଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ମେରୁନ

ମକର

ପରିବାରରେ ଏକତା ଓ ପ୍ରେମ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ଅନ୍ବେଷଣ କରିବେ। ଆପଣଙ୍କୁ କୌଣସି ଭଲ ଖବର ମିଳିବ। ଆଜି ମା ବଗଳା ଦେବୀଙ୍କ ପୂଜା କରନ୍ତୁ ଦିନଟି ଶୁଭଫଳ ପ୍ରଦାନ କରିବା । ଶୁଭରଙ୍ଗ: ଧଳା

ମୀନ

ଆଜିର ଦିନରେ ଆପଣ ଯେତେ ଭଲ ବ୍ୟବହାର କରିବେ ସେତେ ସମ୍ମାନ ପାଇବେ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ମାଆ ସରସ୍ବତୀଙ୍କୁ ପୂଜା କରନ୍ତୁ ଶୁଭ ଫଳ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ

ପଢନ୍ତୁ: ଆପଣଙ୍କ ଲଭ୍ ଲାଇଫ୍ ଉପରେ କଣ କହୁଛି ଆପଣଙ୍କ ରାଶି, ଆସନ୍ତୁ ଜାଣିବା

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

୪ ନଭେମ୍ବର, ଆଜିର ରାଶିଫଳ

ENO Beuro

୨୯ ନଭେମ୍ବର , ବୁଧବାର – ରାଶିଫଳ

ENO Beuro

Leave a Comment