Loading...

ଆଜି ୪ଜିଲ୍ଲାରେ କୁଆପଥର ବର୍ଷା ଓ ଆବଶିଷ୍ଟ ରାଜ୍ୟରେ ବର୍ଷା ସମ୍ଭାବନା

ଆଜି ୪ଜିଲ୍ଲାରେ କୁଆପଥର ବର୍ଷା ଓ ଆବଶିଷ୍ଟ ରାଜ୍ୟରେ ବର୍ଷା ସମ୍ଭାବନା

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କା ଳବୈଶାଖୀର ପ୍ରଭାବ ରେ ୪ ଜିଲ୍ଲା ଯଥା ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ‌ରେ ଝଡ଼ପବନ ସହ ବିଜୁଳି, ଘଡ଼ଘଡ଼ି ବର୍ଷା ହେବ। କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ଏହି ୪ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆଜି ଏହି ୪ ଜିଲ୍ଲା ବ୍ୟତୀତ ଅବଶିଷ୍ଟ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୮ ତାରିଖ ଦିନ ମଧ୍ୟ ରାଜ୍ୟର ୧୧ ଜିଲ୍ଲାରେ ଝଡ଼ବ‌ର୍ଷାର ସମ୍ଭାବନାକୁ ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ ସମ୍ଭାବନା ରହିଛି। କିନ୍ତୁ ଦିନରେ ପ୍ରବଳ ଖରା ଜାରି ରହିବ।

ସୂଚନାନୁସାରେ, ରାଜ୍ୟର କେତେକ ସ୍ଥାନରେ ଗତକାଲି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । କଟକ ସହର ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ଝଡ଼ବର୍ଷା ସହ ଘଡ଼ଘଡ଼ି ପ୍ରଭାବ ଦେଖିବାକୁ ମିଳିଥିଲା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳମଗ୍ନ ହେବା ସହ କେତେକ ଅଞ୍ଚଳରେ ଗଛ ଭାଙ୍ଗିବା ଯୋଗୁଁ ଯାତାୟତ, ବିଦ୍ୟୁତ୍‍ ସରବରାହ ପ୍ରଭାବିତ ହୋଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.