POLITICALS

ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିବାପରେ ପାକିସ୍ତାନରେ ଟମାଟୋ କିଲୋ ୩୦୦ ଟଙ୍କା

Untitled 1

ପୂର୍ବରୁ ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନ  ନିଜର ବାଚାଳପଣ ପାଇଁ ଆହୁରି କାଙ୍ଗାଳ ହେବା ଅବସ୍ଥାରେ ।ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତ ସହ ସମସ୍ତ ବ୍ୟବସାୟିକ ଚୁକ୍ତି ଓ ସାଂସ୍କୃତିକ ସଂପର୍କକୁ ଛିନ୍ନ କରିଛି ପାକିସ୍ତାନ।  ହେଲେ ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପଡ଼ୋଶୀ ଦେଶ ପାଇଁ ଓଲଟା ମହଙ୍ଗା ପଡ଼ିଛି । ପାକିସ୍ତାନରେ ଟମାଟୋ ଦର ଏବେ ଆକାଶଛୁଆଁ ।କାରଣ ଭାରତରୁ ପାକିସ୍ତାନକୁ ପ୍ରତିଦିନ ପରିବା ଯାଉଥିଲା। ପାକିସ୍ତାନ ସରକାର ଭାରତ ସହିତ ବ୍ୟବସାୟିକ ସଂପର୍କ ଛିନ୍ନ କରିବା ପରେ ଅନ୍ୟାନ୍ୟ ପରିବାର ସହିତ ଟମାଟୋ ମଧ୍ୟ ସେଠାକୁ ଯାଇ ପାରୁ ନାହିଁ। ତେଣୁ ସେଠାରେ ଏଭଳି ଭୟଙ୍କର ସ୍ଥିତି ଦେଖା ଦେଇଛି।

ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ କାରବାର ବନ୍ଦ କରିବା ପରେ ଏହାର ସିଧା ପ୍ରଭାବ ପାକ୍ ସାଧାରଣ ଜନତାଙ୍କ ଉପରେ ପଡ଼ିଛି । ପୂର୍ବରୁ ଭାରତରୁ ପନିପରିବା ସମେତ ସବୁଠାରୁ ଅଧିକ ଟମାଟୋ ପାକିସ୍ତାନକୁ ରପ୍ତାନୀ ହେଉଥିଲା । ହେଲେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଛିନ୍ନ ପରେ ପାକିସ୍ତାନକୁ ଟମାଟୋ ରପ୍ତାନୀ ବନ୍ଦ ରହିଛି । ଏହାଦ୍ୱାରା ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଖାଲି ପରିବା ଦର ନୁହେଁ, ପାକିସ୍ତାନରେ ଗୋଟିଏ ରୁଟିର ଦାମ୍‌ ହୋଟେଲ୍‌ ଗୁଡ଼ିକରେ ୮ରୁ ୧୦ ଟଙ୍କା ଥିବାବେଳେ ତନ୍ଦୁରୀ ରୁଟିର ଦାମ ୧୨ରୁ ୧୫ ଟଙ୍କା ରହିଛି।

Pakistan Tomatto
Pakistan Tomatto

ଏହା ପୂର୍ବରୁ ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ  ପରେ ଭାରତ ସରକାର ପାକିସ୍ତାନ ସହ ସମସ୍ତ ଚୁକ୍ତି ବାତିଲ୍ କରିଥିଲେ। ଏହାପରେ ପାକିସ୍ତାନରେ ପରିବା ଦର ଆକାଶ ଛୁଆଁ ହୋଇଥିଲା।

ପଢନ୍ତୁ: ରୁଷ୍‌ରେ ରକେଟ୍‌ ପରୀକ୍ଷା ବେଳେ ଇଞ୍ଜିନ ବିସ୍ଫୋରଣ

Related posts

ନିଆଳିରେ ଦାମଙ୍କ ମଞ୍ଚକୁ ଅଣ୍ଡାମାଡ

ENO Beuro

ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଏସ ଜୟଶଙ୍କର

Ratnamani Moharana

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ!

ENO Beuro

Leave a Comment