30.1 C
Bhubaneswar
October 22, 2021
EnewsOdia.Com
ଜୀବନଚର୍ଯ୍ୟା

ଟମାଟୋ ସୁପ୍ ପିଇଲେ ମିଳିଥାଏ ରୋଗ ପ୍ରତିଶେଧକ ଶକ୍ତି

ଶୀତ ଦିନ ଆସିବା ମାତ୍ରେ ହିଁ ଟମାଟୋ ସୁପ୍ ର ଚାହିଦା ବଢିଯାଏ । ଟମାଟୋ ସୁପ୍ ରେ ପ୍ରଚୁର ପରିମାଣର ଭିଟାମିନ୍ ଓ କ୍ୟାଲସିୟମ୍ ଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ହୋଇଥାଏ ।

ଟମାଟୋ ସୁପ୍ ଯେ କେବଳ ସ୍ୱାଦିଷ୍ଟ ତାହା ନୁହେଁ ଏହା ଆମ ଶରୀରର ଅନେକ ଉପକାର ମଧ୍ୟ କରିଥାଏ । ଟମାଟୋ ସୁପ୍ରେ ମୁଖ୍ୟତଃ ଭିଟାମିନ୍ ଏ, ଇ, ସି ସହିତ ଅନେକ ଅତିଆବଶ୍ୟକ ପୋଷକ ତତ୍ୱ ଭରି ରହିଥାଏ ।

ବ୍ଳଡ୍-ସରକ୍ୟୁଲେସନ ରେ ସୁଧାର ଆଣେ

ଟମାଟୋ ସୁପ୍ ରେ ସେଲେନିୟମ ରହିଥାଏ ଯାହା ଆମ ଶରୀରରେ ବ୍ଳଡ୍-ସରକ୍ୟୁଲେସନ କୁ ଠିକ୍ କରିବା ସହିତ ଏନିମିଆ କୁ ରୋକିବାରେ ସାହାର୍ଯ୍ୟ କରିଥାଏ ।

ଓଜନ କମାଇବାରେ ସହାୟକ

ଓଜନ କମାଇବା ଡାଇଟ୍ ରେ ଟମାଟୋ ସବୁଠାରୁ ଆଗରେ ରହିଥାଏ । ଟମାଟୋ ସୁପ୍ ରେ ଫାଇବର ଓ ଜଳ ଭରପୁର ହୋଇ ରହିଥିବାରୁ, ଏହା ସେବନ କରିବା ଦ୍ୱାରା ଭୋକ କମ୍ ଲାଗିଥାଏ ଯାହା ଦ୍ୱାରା ପରୋକ୍ଷରେ ଆମ ଶରୀରର ଓଜନ କମ୍ ହୋଇଥାଏ ।

ଡାଇବେଟିସ୍ ରେ ଉପକାରି

ଡାଇବେଟିସ୍ ବା ମଧୁମେହ ରୋଗୀ ଟମାଟୋ ସୁପ୍ ପିଇବା ଦ୍ୱାରା ତାଙ୍କ ଶରୀରର ବ୍ଳଡ୍-ସୁଗାର ରେଗୁଲେସନ ଠିକ୍ ଭାବରେ ହୋଇଥାଏ । ଟମାଟୋ ସୁପ୍ ରେ କ୍ରୋମିୟମ୍ ଥିବାରୁ ଏହା ବ୍ଳଡ୍-ସୁଗାର ରେଗୁଲେସନ ରେ ସାହାର୍ଯ୍ୟ କରିଥାଏ ।

କ୍ୟାନସରର ସମ୍ଭାବନା କମ୍ କରିଥାଏ

ଟମାଟୋ ସୁପ୍ରେ ଲାଇକୋପିନ୍ ଓ କେରୋଟିନାୟଡ୍ ରହିଥାଏ ଯାହା ପୁରୁଷ ଓ ମହିଳା ଉଭୟଙ୍କ କ୍ୟାନସର ରୋଗର ସମ୍ଭାବନାକୁ କମାଇଥାଏ ।

ପଢନ୍ତୁ: ‘ଫ୍ଲୁ’ ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ

Related posts

ଅନେକ ରୋଗର ମହୋଷଧୀ ଏହି ଗଛର ପତ୍ର

Ratnamani Maharana

ଦଉଡି ଡିଆଁର ରହିଛି ଅନେକ ଫାଇଦା

Ratnamani Maharana

ବଢୁଛି ହୃଦଘାତ ଜନିତ ମୃତ୍ୟୁ, କେମିତି ନେବେ ଯତ୍ନ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More