• Home
  • CULTURES
  • ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ
CULTURES

ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ରାତି ପାହିଲେ ଶିବରାତ୍ରି

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବ ରାତ୍ରିକୁ ଆଉ ଦିନଟିଏ ରହିଲା। ଏକାମ୍ର କ୍ଷେତ୍ରର ଶିବାଳୟ ଗୁଡ଼ିକରେ ଚାଲିଛି ପ୍ରସ୍ତୁତି । କପିଳେଶ୍ୱର, ଭୀମେଶ୍ୱର, ବରୁଣେଶ୍ୱର, ଭାସ୍ମରେଶ୍ୱର, ମେଘେଶ୍ୱର, ସ୍ୱର୍ଣ୍ଣ ଜଳେଶ୍ୱର ମନ୍ଦିର ସମେତ ସମଗ୍ର ଏକାମ୍ର କ୍ଷେତ୍ର ଶିବ ଆରାଧନା ପାଇଁ ପ୍ରସ୍ତୁତି ଚଳାଇଛି । ଶ୍ରୀ ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଦିଷ୍ଟ ନୀତିକାନ୍ତି କୁ ଠିକ୍ ସମୟରେ ସଂପନ୍ନ କରାଇବା ପାଇଁ ୪ ନିଯୋଗର ପ୍ରମୁଖଙ୍କ ସହ ପୁଲିସ କମିଶନର ୱାବି ଖୁରାନିଆ, ଡ଼ିସିପି, ସତ୍ୟବ୍ରତ ଭୋଇ, ସଂସ୍କୃତିମନ୍ତ୍ରୀ ଅଶୋକ ପଣ୍ଡା, ଏଏଡ଼ିଏମ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଏକାଠି ହୋଇ ଆଲୋଚନା କରିଛନ୍ତି ।

ରାଜଧାନୀର ବିଭିନ୍ନ ମନ୍ଦିରରେ ଠିକ୍ ସମୟରେ ମହାଦୀପ ଉଠିବା ନେଇ ପ୍ରସ୍ତୁତି ବୈଠକମାନ ଆୟୋଜିତ ହୋଇଥିବା ଜଣାଯାଇଛି । ଭୀମେଶ୍ୱର ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବା ବେଳେ କପିଳେଶ୍ୱର ମନ୍ଦିରରେ ମଧ୍ୟ ରାତି ୧୦ଟାରେ ମହାଦୀପ ଉଠିବ।

ଶୈଳଶ୍ରୀ ବିହାରର ରଙ୍ଗେଶ୍ୱର ନାଥ, ପଥରଗାଡ଼ିଆର ସିଦେ୍ଧଶ୍ୱର ବାବା, ଜାରୁଠେଙ୍ଗ ଗ୍ରାମର ବାଲୁଙ୍କେଶ୍ୱର ବାବା, ପଟିଆ ଗ୍ରାମର ନୀଳକଣ୍ଠେଶ୍ୱର ଦେବ, ଗାଡ଼କଣ ଗ୍ରାମର ଗଡ଼େମ୍ବର ଦେବ ଆଦି ମନ୍ଦିରରେ ମହାଶିବ ରାତ୍ରି ପାଳନ ପାଇଁ ପ୍ରସ୍ତୁତି ସରିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଜାତୀୟ ସ୍ତରର ଭଜନ ସମାରୋହ ଆୟୋଜିତ ହେବ । ଭଜନ ଗାଇବା ପାଇଁ ମୁମ୍ବାଇରୁ ଆଦିତ୍ୟ ନାରାୟଣ, ଅନୁପ ଜଲୋଟା ପ୍ରମୁଖ ଆସୁଛନ୍ତି।

ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ lord shiva

ପଢନ୍ତୁ;

ଏମ୍‌ସ ଛାଡ଼ିବେ ଜଗା-ବଳିଆ ! ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା

Related posts

ଯାଣନ୍ତୁ ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

Krishna Kumar Manoj

ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ!

Krishna Kumar Manoj

ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More