21.7 C
Bhubaneswar
October 29, 2020
EnewsOdia.Com
ନ୍ୟୁଜ୍

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

ରାତି ପାହିଲେ ଭଗବାନ ଶିବଙ୍କର ବଡ ପର୍ବ । ଏହାକୁ ମହା ଶିବରାତ୍ରି ବୋଲି କୁହାଯାଇଥାଏ । ଏନେଇ ପୁରୀ ଲୋକନାଥ ଏବଂ ଲିଙ୍ଗରାଜ ସମେତ ଅନ୍ୟାନ୍ୟ ସମସ୍ତ ଶୈବପୀଠର ପ୍ରସ୍ତୁତି ପ୍ରଣାଳୀ ଶେଷ ପର୍ଯ୍ୟାୟରେ ପହଁଚିଲାଣି । ଚଳିତ ଜାଗର ଯାତ୍ରା ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହିତ ଯାଇ ଭଗବାନଙ୍କୁ ଦର୍ଶନ କରିପାରିବେ ସେନେଇ ଶୈବପୀଠ ମାନଙ୍କରେ ବ୍ୟାପକ ବ୍ୟବସ୍ତାମାନ ମଧ୍ୟ କରାଯାଇଛି । ଏହାସହିତ ଚଳିତ ମହାଶିବରାତ୍ରି ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ରାତି ୩ଟାରେ ମନ୍ଦିର ଦ୍ୱାର ଫିଟା ଯିବ । ସେହିପରି ରାତି ୧୦ ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ବେଆଇନ୍ ଉଚ୍ଛେଦ ପରେ ବିଏସ୍‌ସି ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଇଛି।ସିଂହଦ୍ୱାର  ସମ୍ମୁଖରୁ  ପାଖାପାଖି ୨୦୦ ମିଟର ଦୂରରୁ ବ୍ୟାରିକେଡ୍ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ  ଟେମ୍ପୋରାରୀ ସେଡ୍ ଓ ଭଜନ ମଣ୍ଡପ ସ୍ଥାନରେ ଏକ ଅସ୍ଥାୟୀ ଷ୍ଟେଜ୍ କରାଯାଇଛି।  ଶ୍ରୀଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଟ୍ରାଫିକ୍‌ କଟକଣା କରାଯାଇଛି। ଗୁରୁବାର ରାତି ୨ଟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହି କଟକଣା ରହିବ।

ପଢନ୍ତୁ: ‘ହୁନର ହାଟ’ରେ ‘ଲିଟ୍ଟି ଚୋଖା’ ଖାଇଲେ, ମାଟି କପ୍‌ରେ ଚା’ ପିଇଲେ ମୋଦି

Related posts

ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

Ratnamani Maharana

୧୦୪ ତମ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

୯୨ ବର୍ଷରେ ପାଦ ଥାପିଲେ ଆଡଭାନୀ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More