27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ନୂଆବର୍ଷ ପାଇଁ ରାତି ଗୋଟାଏରୁ ଦର୍ଶନ ଦେବେ ଶ୍ରୀ ଜଗନ୍ନାଥ

ଆଜି ହେଉଛି ବର୍ଷର ଶେଷ ଦିନ। କାଲିଠୁ ଆରମ୍ଭ ହେବ ବର୍ଷ ୨୦୨୦। ୨୦୧୯କୁ ବିଦାୟ ଦେବା ପୂର୍ବରୁ ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ପୁରୀରେ ଜମିଛି ପ୍ରବଳ ଭିଡ଼। ସେହିଭଳି ଆସନ୍ତାକାଲି ବର୍ଷ ଆରମ୍ଭ ହେଉଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିବାକୁ ପୁରୀକୁ ପହଞ୍ଚିବେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ। ଏଥିପାଇଁ ନୂଆବର୍ଷ ପାଇଁ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ଦିର ପ୍ରଶାସନ। ମଙ୍ଗଳବାର ରାତି ୧୦ଟା ୩୦ ସୁଦ୍ଧା ପହୁଡ଼ ନୀତି ସମ୍ପନ୍ନ କରାଯିବ। ଏହାପରେ  ରାତି ଗୋଟାଏରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ଦେଇଛନ୍ତି।

ନୂଆ ବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ସମ୍ମୁଖକୁ ସଜାଯିବସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୨୭୬ଜଣ ଅଧିକାରୀ ମୁତୟନ ହୋଇଛନ୍ତି। ଭକ୍ତମାନେ ଲମ୍ବା ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ପଢନ୍ତୁ: ଦେଶର ନୂଆ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ମୁୁକୁନ୍ଦ ନରଭାଣେ

Related posts

ବିରଳ ମକା ଫଳାଇଲେ ଆନ୍ଧ୍ରପଦେଶର ଦୁଇ କୃଷକ

Ratnamani Maharana

ରାଜ୍ୟରେ ବଢିବ ବର୍ଷା, ତିନି ଦିନ ପାଇଁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Ratnamani Maharana

ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More